ପୁରୁଣା ଦିନର ସ୍ମୃତି ସବୁକୁ ମନେ ପକାଇଲେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ଟ୍ୱିଟ ଜରିଆରେ ସେୟାର କଲେ ଏମିତି ଏକ ଭିଡିଓ

ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ ଚ୍ୟାୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଅଧିକାଂଶ ସମୟରେ ନିଜ ହୁଆର୍ଟ୍ସ ଅପ ଅନ୍ତର୍ଗତ ୱଣ୍ଡର ବାକ୍ସ ଜରିଆରେ ଭିଡିଓ ଓ ତଥା ବିଭିନ୍ନ ପୋଷ୍ଟ ଗୁଡିକ ସେୟାର କରିଥାନ୍ତି । ନିକଟରେ ହିଁ ଆନନ୍ଦ ନିଜ ଟ୍ୱିଟର ହ୍ୟାଣ୍ଡଲରେ ୯୦ ଦଶକ ସମୟକୁ ମନେ ପକାଇ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ଟିକୁ ଆନନ୍ଦ “ହେଭି ଡ୍ୟୁଟି ନୋଷ୍ଟାଲଜିଆ” କ୍ୟାପ୍ସନ ସହିତ ସେୟାର କରିଛନ୍ତି । ଭିଡିଓ ଟିରେ ଏମିତି କିଛି ଜିନିଷ ଦେଖାଯାଇଛି ଯାହା କିଛି ଲୋକଙ୍କୁ ସେମାନଙ୍କ ଛୋଟ ବେଳର ସ୍ମୃତି ସବୁକୁ ମନେ ପକାଇଦେବ ନିଶ୍ଚିତ ।

ଆନନ୍ଦଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଭିଡିଓ ଟିରେ ରିସିଭର, ତାର ଵାଲା ଫୋନ, ଫିଲ୍ମ ରୋଲ, ଗୀତ କ୍ୟାସେଟ, ଚିଡ଼ିଆ ଉଡ଼ିକି ଖେଳିବା, ଖୋ ଖୋ, ବ୍ରାଉନ ପେପର କଭରରେ ନୋଟ ବୁକ ମଲାଟ ଦିଆଯାଇଥିବା ପରି ପୁରୁଣା ଦିନର ଜିନିଷ ମାନ ଦେଖାଯାଇଛି । ଏହି ଭିଡିଓ ଟିକୁ ଦେଖି ଆପଣ ନିଶ୍ଚିତ ରୂପେ ସେହି ଦୁନିଆକୁ ଚାଲିଯିବେ ଯେଉଁଠି ଆଜିଭଳି ଇଣ୍ଟରନେଟର ସୁବିଧା ନଥିଲା । ଏହି ଭିଡିଓ ଟିରେ ଏମିତି କିଛି ଜିନିଷ ମାନ୍କୁ ଦେଖାଯାଇଛି ଯାହାକୁ ଦେଖି ୮୦ ତଥା ୯୦ ଦଶକର ପିଲା ନିଜ ନିଜ ସ୍କୁଲ ଜୀବନକୁ ପୁଣି ଥରେ ସାଉଁଟି ବସିବେ ।

ମହିନ୍ଦ୍ରଙ୍କ ଦ୍ୱାରା ସେୟାର ହୋଇଥିବା ଏହି କ୍ଲିପରେ ଫ୍ରୁଟି, ଲକ୍ସ ସାବୁନ, ନିର୍ମା ୱାସିଂଙ୍ଗ ପାଉଡର, ଜେଲି ବେଲି ସମେତ ଅନେକ ପୁରୁଣା ପ୍ୟାକିଂର ତରିକାକୁ ବି ଦେଖାଯାଇଛି । ଆଉ ଭିଡିଓ ଟିର ବ୍ୟାକ ଗ୍ରାଉଣ୍ଡରେ ସୁପ୍ରସିଦ୍ଧ ସଙ୍ଗୀତଜ୍ଞ କିଶୋର କୁମାରଙ୍କ ଏକ ପ୍ରଶିଦ୍ଧ ଗୀତ “ଆନେ ବାଲା ପଲ ଜାନେ ବାଲା ହେ”କୁ ମଧ୍ୟ ବଜା ଯାଉଛି । କହି ରଖିବା ଉଚିତ ହେବକି, ଏହି ଭିଡିଓ ଟିକୁ ବର୍ତ୍ତମାନ ସୁଦ୍ଧା ୬୪,୦୦୦ ହଜାରରୁ ଅଧିକ ଥର ଦେଖାଯାଇଥିବା ବେଳେ ୭ ହଜାରରୁ ଅଧିକ ଜଣଙ୍କ ଲାଇକ ମିଳିସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.