ଗାଁକୁ ମିଳିଲାନି ପ୍ରବେଶ କି ମିଳିଲାନି ରହିବାକୁ କ୍ବାରେଣ୍ଟାଇନ ଗୃହ, ବାଧ୍ୟ ହୋଇ ଜଙ୍ଗଲରେ ଦିନ କାଟୁଛନ୍ତି ଏହି ଦମ୍ପତି

ଝାରସୁଗୁଡା : କରୋନାକୁ ନେଇ ଚାରିଆଡ଼େ ସତର୍କତା ଅବଲମ୍ବନ କରାଯାଉଛି। ସେଥିପାଇଁ ସରକାର ଲକ୍‌ଡାଉନ୍ ଅବଧିକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାସହ ସରକାରୀ ନିୟମକୁ ମାନିବାକୁ ଉପଦେଶ ମଧ୍ୟ ଦିଆଯାଉଛି। ଏଥିସହ କେହି ବି ଜଣେ ଯେପରି ସାମାଜିକ ବାସନ୍ଦ ଭଳି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ଯତ୍ନବାନ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏକ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲାରେ। ଝାରସୁଗୁଡା ଜିଲ୍ଲା ସୀମାନ୍ତ ଛତିଶଗଡ଼କୁ ଲାଗି ରହିଥିବା ଅତାବିରା ପଞ୍ଚାୟତରେ ଏକ ଦମ୍ପତି ଜଙ୍ଗଲରେ ଦିନ କାଟୁଛନ୍ତି।

coupleଛତିଶଗଡ଼ ରାଜ୍ୟ ସୀମାକୁ ଲାଗି ରହିଥିବା ଲଖନପୁର ବ୍ଲକ ଏମ, କଟାପାଲି ଗାଁର ଗୋଟିଏ ଦମ୍ପତ୍ତିଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ଏହି ଅଭାବଦୀୟ ଘଟଣା । ଏହି ଗାଁର ଜଣେ ବିବାହିତା ମହିଳା ନିଜ ସ୍ବାମୀଙ୍କ ସହ ଝଗଡା ହେବାରୁ ଘର ଛାଡ଼ି ସୁନ୍ଦରଗଡ ଜିଲ୍ଲାର କାଉଦରହ ପଳାଇ ଯାଇଥିଲେ। ମହିଳାଙ୍କୁ ତାଙ୍କ ସ୍ବାମୀ ଘରକୁ ଫେରାଇ ଆଣିବାକୁ ଯାଇଥିଲେ । ଆଣିବା ପରେ କିନ୍ତୁ ତାଙ୍କ ଗାଁ ଲୋକେ ହୋମ୍ କ୍ବାରେଣ୍ଟାଇନ୍ ରେ ସେମାନଙ୍କୁ ରହିବାକୁ ବାଧ୍ୟ କରିଥିଲେ।

forestସେମାନେ ଗରିବ ଶ୍ରେଣୀର ହୋଇ ଥିବାରୁ ତାଙ୍କ ନିଜସ୍ୱ ସ୍ୱତନ୍ତ୍ର ଘର ନଥିବାରୁ ସେମାନେ କ୍ବାରେଣ୍ଟାଇନ୍‌ରେ ରହିବାକୁ ପଞ୍ଚାୟତରେ ଥିବା ସ୍ୱତନ୍ତ୍ର ସରକାରୀ ସୁବିଧା ନେବାକୁ ଚାହିଁଥିଲେ। କିନ୍ତୁ କୁମର ଗାଁ ସ୍କୁଲରେ ଥିବା କ୍ବାରେଣ୍ଟାଇନ ଗୃହରେ ସେମାନଙ୍କୁ ସ୍ଥାନ ଦିଆଯାଇ ନଥିଲା। ଏହାସହ ଗାଁରେ ତାଙ୍କୁ ପ୍ରବେଶ କରିବାକୁ ଦିଆଯାଇନଥି । ଫଳରେ ବାଧ୍ୟ ହୋଇ ପାଖ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ ଘରେ ଦିନ କାଟୁଛନ୍ତି ଦମ୍ପତ୍ତି। ଏହି ଦମ୍ପତିଙ୍କ ଭଲ ମନ୍ଦ ଯଦିଓ ଗ୍ରାମବାସୀ ବୁଝୁଛନ୍ତି ତଥାପି ପଞ୍ଚାୟତରେ ଥିବା ସ୍ୱତନ୍ତ୍ର ସୁବିଧା କାହା ପାଇଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.