ଭୋଡାଫୋନ୍‌-ଆଇଡିଆର ଏହି ପ୍ଲାନ୍‌ରେ ମିଳୁଛି ପ୍ରତିଦିନ ୪ ଜିବି ଡାଟା, ଦାମ୍‌ ସବୁଠୁ କମ୍‌

Vi ଅର୍ଥାତ୍‌ ଭୋଡାଫୋନ୍‌-ଆଇଡିଆ ନିଜର କେତେକ ପ୍ରିପେଡ୍‌ ପ୍ଲାନ୍‌ରେ ଏବେ ଡବଲ ଡାଟା ଅଫର କରୁଛି। ଏହି ପ୍ଲାନ୍‌ରେ ପ୍ରଥମେ ୟୁଜର୍ସଙ୍କୁ ୨ ଜିବି ଡାଟା ମିଳୁଥିଲା। କିନ୍ତୁ ଏବେ ୪ ଜିବି ଡାଟା ଦିଆଯାଉଛି। କମ୍ପାନୀ ଏଭଳି ୩ଟି ପ୍ଲାନ୍‌ ଉପଲବ୍ଧ କରିଛି, ଯେଉଁଥିରେ ଗ୍ରାହକଙ୍କୁ ପ୍ରତିଦିନ ୪ ଜିବି ଡାଟା ବ୍ୟବହାର କରିବାକୁ ମିଳିବ। ଏହି ପ୍ଲାନ୍‌ର ଦାମ୍‌ ୨୯୯ ଟଙ୍କାରୁ ଆରମ୍ଭ ହେଉଛି। ଆସନ୍ତୁ ଜାଣିବା ଏହି ପ୍ଲାନ୍‌ ବିଷୟରେ…

୨୯୯ ଟଙ୍କିଆ ପ୍ଲାନ୍‌:

ଭୋଡାଫୋନ୍‌-ଆଇଡିଆର ୨୯୯ଟଙ୍କିଆ ପ୍ଲାନ୍‌ରେ ୟୁଜର୍ସଙ୍କୁ ୨୮ ଦିନର ବୈଧତା ସହ ପ୍ରତିଦିନ ୪ ଜିବି ଡାଟା ମିଳୁଛି। ଏଥିରେ ସମସ୍ତ ନେଟ୍‌ଓ୍ଵାର୍କକୁ ଅନ୍‌ଲିମିଟେଡ୍‌ କଲିଂ ଓ ୧୦୦ ମେସେଜ୍‌ର ସୁବିଧା ଦିଆଯାଉଛି। ଏହା ବ୍ୟତୀତ ଏହି ପ୍ଲାନ୍‌ରେ ୟୁଜର୍ସଙ୍କୁ Vi Movies & TV ର ଆକ୍ସେସ୍‌ ମଧ୍ୟ ମାଗଣାରେ ମିଳୁଛି।

୪୪୯ ଟଙ୍କିଆ ପ୍ଲାନ୍‌:

ଏହି ୪୪୯ ଟଙ୍କିଆ ପ୍ଲାନ୍‌ ୫୬ ଦିନର ଭ୍ୟାଲିଡିଟି ସହ ଆସୁଛି। ଏଥିରେ ୟୁଜର୍ସଙ୍କୁ ପ୍ରତିଦିନ ୪ ଜିବି ଡାଟା ମିଳୁଛି। ଏହି ପ୍ଲାନ୍‌ରେ ସମସ୍ତ ନେଟ୍‌ଓ୍ଵାର୍କକୁ ଅନ୍‌ଲିମିଟେଡ୍‌ କଲିଂ ଓ ଦିନକୁ ୧୦୦ ଟି ଏମ୍‌ଏମ୍‌ଏସ୍‌ର ସୁବିଧା ମିଳିବ। ଏହା ବ୍ୟତୀତ ଏହି ପ୍ଲାନ୍‌ରେ ୟୁଜର୍ସଙ୍କୁ Vi Movies & TV ର ଆକ୍ସେସ୍‌ ମଧ୍ୟ ମାଗଣାରେ ମିଳୁଛି।

୬୯୯ ଟଙ୍କିଆ ପ୍ଲାନ୍‌:

କମ୍ପାନୀର ୬୯୯ ଟଙ୍କିଆ ପ୍ଲାନ୍‌ରେ ୮୪ ଦିନର ବୈଧତା ମିଳୁଛି ଓ ଏଥିରେ ପ୍ରତିଦିନ ୪ ଜିବି ଡାଟା ଦିଆଯାଉଛି। ଏହି ପ୍ଲାନ୍‌ରେ ୟୁଜର୍ସ ମୋଟ୍‌ ୩୩୬ ଜିବି ଡାଟାର ମଜା ଉଠାଇପାରିବେ। ଏଥିରେ ସବୁ ନେଟ୍‌ଓ୍ଵାର୍କକୁ ଅନ୍‌ଲିମିଟେଡ୍‌ କଲିଂ ଓ ପ୍ରତିଦିନ ୧୦୦ ଏସ୍‌ଏମ୍‌ଏସ୍‌ ମିଳୁଛି। ଏହା ବ୍ୟତୀତ ଏହି ପ୍ଲାନ୍‌ରେ ୟୁଜର୍ସଙ୍କୁ Vi Movies & TV ର ଆକ୍ସେସ୍‌ ମଧ୍ୟ ମାଗଣାରେ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.