ମୁମ୍ବାଇ ଇଣ୍ଡିଆନ୍‌ସକୁ ଲାଗିପାରେ ଝଟକା, ରୋହିତ ଶର୍ମା ଆଗକୁ ମ୍ୟାଚ ଖେଳିବାକୁ ନେଇ ସସପେନ୍ସ

ଇଣ୍ଡିଆନ ପ୍ରିମିଅର ଲିଗ ବା ଆଇପିଏଲ ଚଳିତ ବର୍ଷ ଚାଲିଥିବା ମୁକାବିଲାର ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ସବୁ ଟିମ୍‌ ନିଜ ପ୍ଲେ ଅଫରେ ପହଞ୍ଚିବା ପାଇଁ ଅଣ୍ଟା ଭିଡି ସାରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍‌ସ ପାଇଁ ସମୟ କିଛି ଠିକ୍‌ ଚାଲୁନାହିଁ। ମୁମ୍ବାଇ ଇଣ୍ଡିଆନ୍‌ସର କ୍ୟାପଟେନ ରୋହିତ ଶର୍ମାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନେଇ ବର୍ତ୍ତମାନ ସସପେନ୍ସ ବଢି ଚାଲିଛି। ତାଙ୍କୁ ଲାଗିଥିବା ଆହତ ହେତୁ ଅଷ୍ଟ୍ରେଲିଆ ଟୁର ପାଇଁ ବିସିସିଆଇ ତାଙ୍କୁ ସାମିଲ କରିନାହିଁ। ଏହିଭଳି ପରିସ୍ଥିତିରେ ଆଇପିଏଲରେ ବାକି ରହିଥବା ମ୍ୟାଚଗୁଡିକୁ ସେ ଖେଳିବେ ନା ନାହିଁ ତା ଉପରେ ଏକ ପ୍ରଶ୍ନବାଚୀ ଚିହ୍ନ ଲାଗି ରହିଛି।

ସୋମବାର ଦିନ ବିସିସିଆଇ ଦ୍ୱାରା ଘୋଷଣା କରାଯାଇଥିବା ଅଷ୍ଟ୍ରେଲିଆର ଟେଷ୍ଟ, ଓ୍ଵାନ ଡେ ଏବଂ ଟି-20 ଟିମ୍‌ ତାଲିକାରେ ରୋହିତ ଶର୍ମା ସାମିଲ ନାହାନ୍ତି। ରୋହିତଙ୍କର ଆହତକୁ ମେଡିକାଲ ଟିମ୍‌ ମନିଟର କରିବ ବୋଲି ବିସିସିଆଇର ଏକ ପ୍ରେସ ରିଲିଜରେ କୁହାଯାଇଛି। ତେବେ ରୋହିତଙ୍କୁ କେଉଁ ପ୍ରକାର ଆଘାତ ଲାଗିଛି ତାହାକୁ ନେଇ ଏପର୍ଯ୍ୟନ୍ତ କାହା ପକ୍ଷରୁ ସ୍ପଷ୍ଟ ଭାବରେ ସୂଚନା ମିଳିନାହିଁ। ଅନ୍ୟପକ୍ଷରେ ସୋମବାର ଦିନ ଟିମ୍‌ର ଘୋଷଣା କରାଯାଉଥିବା ସମୟରେ ମୁମ୍ବାଇ ଇଣ୍ଡିଆନ୍‌ସ ତରଫରୁ ଏକ ଭିଡିଓ ଟ୍ଵିଟ କରାଯାଇଥିଲା। ଏହି ଭିଡିଓରେ ରୋହିତ ଶର୍ମା ପ୍ରାକ୍ଟିସ କରୁଥିବାର ନଜର ଆସିଛନ୍ତି।

rohit sharma2

୧୮ ଅକ୍ଟୋବରରେ କିଙ୍ଗସ ଇଲେଭେନ ପଞ୍ଜାବ ସହିତ ହୋଇଥିବା ମୁକାବିଲାରେ ରୋହିତ ଶର୍ମା ଶେଷଥର ପାଇଁ ଖେଳୁଥିବାର ନଜର ଆସିଥିଲେ। ଏହା ପରେ ୨୩ ଅକ୍ଟୋବରରେ ଚେନ୍ନାଇ ସୁପର କିଙ୍ଗସ୍‌ ସହିତ ହେବାକୁ ଯାଉଥିବା ମ୍ୟାଚ୍‌ ପୂର୍ବରୁ ହେମଷ୍ଟ୍ରିଙ୍ଗ ଇନ୍‌ଜ୍ୟୁରି କାରଣରୁ ରୋହିତ ଶର୍ମା ଖେଳି ପାରିବେ ନାହିଁ ବୋଲି ଟିମ୍‌ ପକ୍ଷରୁ ଘୋଷଣା କରାଯାଇଥିଲା। ଏହି ଘୋଷଣା ପରେ ପୋଲାର୍ଡ ମୁମ୍ବାଇ ଇଣ୍ଡିଆନ୍‌ସକୁ କ୍ୟାପଟାନିଙ୍ଗ କରିଥିଲେ।ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍‌ସ ପଏଣ୍ଟସ୍‌ ଟେବଲରେ ସବୁଠାରୁ ଆଗରେ ରହିଥିବା ବେଳେ ୧୧ଟି ମ୍ୟାଚରେ ତାଙ୍କ ଖାତାରେ ୧୪ ପଏଣ୍ଟ ରହିଛି ଏବଂ ଆଗକୁ ତାଙ୍କୁ ଆହୁରି ତିନୋଟି ମ୍ୟାଚ ଖେଳିବା ବାକି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.