ଆପଣ ନୂଆ କାର କିଣିବାକୁ ଚାହୁଁଛନ୍ତିକି, ତେବେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ, Volkswagen ଜାରି କରିଛି ଦମଦାର ଅଫର

ଯଦି ଆପଣ ନିଜ ପାଇଁ ଏକ ନୂଆ କାର କିଣିବା ପାଇଁ ମନ ବଳାଇଛନ୍ତି ତେବେ ଆପଣଙ୍କ ପାଇଁ ହୁଏତ ଠିକ ସମୟ ଆସିଛି । କାରଣ ବିଶ୍ୱର ଅନ୍ୟତମ ନାମୀ କମ୍ପାନୀ Volkswagen କମ୍ପାନୀ ନିଜର ଦୁଇ କାର Volkswagen Polo ଓ Volkswagen Ventoର କିଛି ସିଲେକଟେଡ଼ ଭେରିୟାଣ୍ଟ ଉପରେ ସାନଦାର ଡ଼ିସକାଉଣ୍ଟ ଲଞ୍ଚ କରିଛନ୍ତି । Volkswagen Vento ଉପରେ ୧.୬ ଲକ୍ଷ ପର୍ଯ୍ୟନ୍ତ ଡ଼ିସକାଉଣ୍ଟ ମିଳୁଥିବା ବେଳେ Volkswagen Polo ଭେରିୟାଣ୍ଟ ଉପରେ ୨୯୦୦୦ ଟଙ୍କା ପର୍ଯ୍ୟନ୍ତ ଡ଼ିସକାଉଣ୍ଟ ମିଳୁଥିବା ନେଇ ଜଣାଯାଇଛି ।

VOLKSWAGON

ବର୍ତ୍ତମାନ ସମୟରେ Volkswagen ଗାଡ଼ିର ବଜାର ମୂଲ୍ୟ ୯.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । କିନ୍ତୁ ବର୍ତ୍ତମାନ ଲାଗୁ ହୋଇଥିବା ଅଫରରେ ଗ୍ରାହକଙ୍କୁ ଏହି କମ୍ପାନୀର ସାନଦାର ଗାଡି ଗୁଡିକୁ ଗ୍ରାହକ ମାନେ ୮.୩୯ ଲକ୍ଷ ଟଙ୍କାରେ ଲାଭ କରିପାରିବେ । ଯେବେକି Vento ହାଇଲାଇନ ପ୍ଲସ MT ଭେରିୟାଣ୍ଟକୁ ଗ୍ରାହକ ମାନେ ୧.୦୯ ଲକ୍ଷ ପର୍ଯ୍ୟନ୍ତର ଅଫର ସହ ମିଳିପାରିବ । କହିରଖିବା ଉଚିତ ହେବକି, ଏହି ମଡ଼େଲ ବଜାରରେ ୧୨.୦୮ ଲକ୍ଷ ଟଙ୍କାରେ ଉପଲବ୍ଧ ହେଉଛି ।

ଯେବେକି Volkwagon Poloର ସାଧାରଣ ବଜାର ମୂଲ୍ୟ ୫.୨୯ ଲକ୍ଷ ଟଙ୍କା ହୋଇଥିବା ବେଳେ ଏହା ଉପରେ ମଧ୍ୟ ୨୯,୦୦୦ ଟଙ୍କା ପର୍ଯ୍ୟନ୍ତର ଡ଼ିସକାଉଣ୍ଟ ମିଳିଯାଇପାରିବ । ଫଳରେ ନିଜର ଏକ ଗାଡି କିଣିବା ଅଶାୟୀ ମାନେ ଏହାକୁ ୫ ଲକ୍ଷରୁ କମ ଟଙ୍କାରେ ପାଇ ଯାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.