Below header

ପୁଣିଥରେ ଟିଭିରେ ଟେଲିକାଷ୍ଟ ହେଲା ‘ପବିତ୍ର ରିସ୍ତା’, ଦେଖିବାକୁ ମିଳିଲା ସୁଶାନ୍ତ ଓ ଅଙ୍କିତାଙ୍କ କେମେଷ୍ଟ୍ରି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଟିଭି ସିରିୟଲ ‘ପବିତ୍ର ରିସ୍ତା’କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଏହି ଧାରାବାହିକ ଜରିଆରେ ସୁଶାନ୍ତଙ୍କୁ ଫେମ୍‌ ମିଳିଥିଲା। ଏହି ସିରିୟଲରେ ଅଙ୍କିତା ଲୋଖଣ୍ଡେ ମଧ୍ୟ କାମ କରିଛନ୍ତି। ପବିତ୍ର ରିସ୍ତାରୁ ଉଭୟଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଓ ତା ପରେ ପ୍ରେମ ଆରମ୍ଭ ହୋଇଥିଲା। ତେବେ ୨୦୦୯ରେ ପ୍ରସାରିତ ହୋଇଥିବା ଏହି କାର୍ଯ୍ୟକ୍ରମ ଏବେ ପୁଣିଥରେ ପ୍ରସାରିତ ହେବାକୁ ଯାଉଛି। ସୂଚନାଯୋଗ୍ୟ ଯେ ଜିଟିଭିରେ ପୁଣିଥରେ ସୁଶାନ୍ତ ସିଂହ ରାଜପୁତଙ୍କ ଏହି କାର୍ଯ୍ୟକ୍ରମ ପ୍ରସାରଣ ହେବ।

ଅଙ୍କିତା ଲୋଖଣ୍ଡେ ନିଜେ ଏନେଇ ସୂଚନା ଦେଇଛନ୍ତି। ଅଙ୍କିତା କହିଛନ୍ତି ଏବେ ପବିତ୍ର ରିସ୍ତା କାର୍ଯ୍ୟକ୍ରମର ପ୍ରସାରଣ ହେଉଛି। ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶୋ’ ବିଷୟରେ ସୂଚନା ଦେଇଛନ୍ତି। ସେ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ ପବିତ୍ର ରିସ୍ତାର ଟେଲିକାଷ୍ଟର ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ସେୟାର କରି ଅଙ୍କିତା ଲେଖିଛନ୍ତି-‘ପବିତ୍ର ରିସ୍ତା ପୁଣି ଆସିଗଲା। ପ୍ରଥମ ଏପିସୋଡ୍‌। ଏବେ ଦେଖନ୍ତୁ’।

pabitra rista

ସୂଚନାଯୋଗ୍ୟ ଯେ ପବିତ୍ର ରିସ୍ତାରେ ଅଙ୍କିତା ଲୋଖଣ୍ଡେ ଓ ସୁଶାନ୍ତ ସିଂହ ରାଜପୁତ ଏକାଠି କାମ କରିଛନ୍ତି। ଏହି ସିରିୟଲରେ ଅଙ୍କିତା ଅର୍ଚ୍ଚନା ଦେଶମୁଖ ଓ ସୁଶାନ୍ତ ମାନବ ଦେଶମୁଖ ଭୂମିକାରେ ଅଭିନୟ କରିଥିଲେ। ତେବେ ୨୦୧୧ରେ ସୁଶାନ୍ତ ଶୋ’କୁ ସବୁଦିନ ପାଇଁ ଅଲବିଦା କହିଥିଲେ, ପରେ ତାଙ୍କ ସ୍ଥାନ ନେଇଥିଲେ ହିତେନ୍‌ ତେଜବାନୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.