ବୁଝନ୍ତୁ କାହାକୁ କୁହାଯାଏ ଗ୍ରାଚ୍ୟୁଟି ଏବଂ କଣ ରହିଛି ଏହା ଉପରେ ମିଳୁଥିବା ଟ୍ୟାକ୍ସ ରିହାତିର ନିୟମ

କାର୍ଯ୍ୟରୁ ରିଟାୟମେଣ୍ଟ ପରେ ମିଳିଥିବା ଏକ ମୁଖ୍ୟ ଅର୍ଥରାଶିକୁ ଗ୍ରାଚ୍ୟୁଟି କୁହାଯାଇଥାଏ। ଏହି ଅର୍ଥ ବ୍ୟକ୍ତିଙ୍କ ମ୍ରୁତ୍ୟୁ, ଦୁର୍ଘଟଣା, ରୋଗଗସ୍ତ ଏବଂ ରିଜାଇନ୍ ପରେ ମଧ୍ୟ ମିଳିଥାଏ। କିନ୍ତୁ ଏଥିପାଇଁ କମ୍ପାନିରେ ବ୍ୟକ୍ତିଙ୍କୁ କମସେ କମ ୫ବର୍ଷ କାମ କରିବାକୁ ପଡିଥାଏ। ସାଧାରଣ ଭାଷାରେ କହିବାକୁ ଗଲେ ଅଧିକ ସମୟ ପର୍ଯ୍ୟନ୍ତ କମ୍ପାନୀରେ କାମ କରିଥିବାରୁ ଏହା କମ୍ପାନୀ ତରଫରୁ କର୍ମଚାରୀଙ୍କ ପାଇଁ ଉପହାର ସ୍ବରୁପ ହୋଇଥାଏ। ଏହା ଆଇନଗତ ସମସ୍ତ କମ୍ପାନୀ ପାଇଁ ଲାଗୁ କରାଯାଇଥିବା ବେଳେ କମ୍ପାନୀ ଉପରେ ନିର୍ଭର କରିଥାଏ ସେ ଏହାକୁ କେଉଁ କର୍ମଚାରୀଙ୍କ ପାଇଁ ଲାଗୁ କରିବେ।

gratuity 2

କଣ ରହିଛି ଆଇନ୍

ପେମେଣ୍ଟ ଅଫ ଗ୍ରାଚ୍ୟୁଟି ଟ୍ୟାକ୍ସ ୧୯୭୨ ଆକ୍ଟ ଅନୁଯାୟୀ, ସମସ୍ତ କମ୍ପାନୀର କର୍ମଚାରୀଙ୍କ ପାଇଁ ଗ୍ରାଚ୍ୟୁଟି ଅର୍ଥ ରହିଥାଏ। ଯାହାକୁ କମ୍ପାନୀ କର୍ମଚାରୀଙ୍କ ଚାକିରୀ ଶେଷ ବା ଛାଡିବା ସମୟରେ ଦେଇଥାଏ। ତେବେ ସମୟ ବ୍ୟବଧାନରେ ଗ୍ରାଚ୍ୟୁଟି ନିୟମରେ ପରିବର୍ତ୍ତନ ମଧ୍ୟ କରାଯାଇଥାଏ। ଗ୍ରାଚ୍ୟୁଟି ଅର୍ଥ କର୍ମଚାରୀଙ୍କ ଶେଷ ବେତନ ଉପରେ ଆଧାରିତ ହୋଇଥାଏ।

ଯେକୌଣସି କର୍ମଚାରୀ ଗୋଟିଏ କମ୍ପାନୀରେ ୫ବର୍ଷ ପର‌୍ୟ୍ୟନ୍ତ ଲଗାତାର କାମ କରିଥିଲେ ତାଙ୍କୁ ଗ୍ରାଚ୍ୟୁଟିର ସୁବିଧା ମିଳିଥାଏ। ଏପରିକି କର୍ମଚାରୀଙ୍କ ରିଟାୟରମେଣ୍ଟ ସମୟରେ ଯଦି ସେ ୫ ବର୍ଷ ଏବଂ ୬ ମାସ କାମ କରିଛନ୍ତି ତେବେ ତାହାକୁ ୬ ବର୍ଷ ଭାବେ ଗଣାଯାଇଥାଏ।
କମ୍ପାନୀରେ ୧୦ରୁ ଅଧିକ କର୍ମଚାରୀ କାମ କରୁଥିଲେ ସେମାନେ ଗ୍ରାଚ୍ୟୁଟିର ଲାଭ ମିଳିଥାଏ। ଅର୍ଥାତ୍ ଯଦି କୌଣସି କମ୍ପାନୀରେ ୧୦ରୁ କମ କର୍ମଚାରୀ କମା କରୁଛନ୍ତି ସେଠାରେ ଗ୍ରାଚ୍ୟୁଟି ସେବା ଉପଲବ୍ଧ ନଥାଏ।

money

ସବୁଠାରୁ ଖାସ କଥା ଗ୍ରାଚ୍ୟୁଟି ଅର୍ଥକୁ ନେଇ କୌଣସି କର୍ମଚାରୀ ଅଦାଲତରେ ଅଭିଯୋଗ କରିପାରିବେ ନାହିଁ। ଏପରିକି ଏହି ଅର୍ଥ ସଂପୂର୍ଣ୍ଣ ଭାବେ ଟ୍ୟାକ୍ସ ଫ୍ରି ହୋଇଥାଏ।

କିପରି ହୋଇଥାଏ ଗ୍ରାଚ୍ୟୁଟି ହିସାବ :

ଗ୍ରାଚ୍ୟୁଟି ପେମେଣ୍ଟ ହିସାବ ଅନୁଯାୟୀ, କର୍ମଚାରୀଙ୍କୁ ଏକ ବର୍ଷରୁ ୧୫ ଦିନର ଦରମା ଗ୍ରାଚ୍ୟୁଟି ହିସାବରେ ଦିଆଯାଇଥାଏ। ତେବେ କମ୍ପାନୀ କର୍ମଚାରୀଙ୍କୁ କେତେ ଦିନର ଅର୍ଥ ଗ୍ରାଚ୍ୟୁଟି ଦେବ ତାହା ସଂପୂର୍ଣ୍ଣ କମ୍ପାନୀ ଉପରେ ନିର୍ଭର କରିଥାଏ।