Below header

କାହାର ସର୍ବନାଶ କାହାର ପୁଷ ମାସ : କରୋନା ଭାଇରସ୍‌ ବିଶ୍ୱ ଅର୍ଥନୀତିକୁ ଧରାଶାୟୀ କରିଥିବା ବେଳେ ମାଲାମାଲ୍‌ ହୋଇଛି ଆମାଜନ୍‌

କରୋନା ମାଡ଼ରେ ବିଶ୍ୱ ବିଶ୍ୱ ଅର୍ଥନୀତି ଅଣ୍ଟା ଭାଙ୍ଗି ଯାଇଛି । ବଡ଼ ମାନ୍ଦାବସ୍ଥା ଦେଖାଯାଇଛି ବିଶ୍ୱର ଆର୍ଥିକ ସ୍ଥିତିରେ । ଦୋଦୁଲ୍ୟମାନ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରର ଆର୍ଥିକ ସ୍ଥିତି । କରୋନା ପାଇଁ ଅନେକ ରାଷ୍ଟ୍ର ମାସ ମାସ ଧରି ଲକ୍ଡାଉନରେ ଅଛନ୍ତି । ଉତ୍ପାଦନ ଓ କାରବାର ଠପ୍ ।

ରୋଜଗାର ନାହିଁ କି ନୂଆ ନିଯୁକ୍ତି ନାହିଁ । ବଡ଼ ବଡ଼ କମ୍ପାନୀ ଏବେ ଛଟେଇ କରିବାକୁ ବସିଛି । ଆଶଙ୍କାରେ ଲୋକେ । କରୋନା ଯୋଗୁ ଶହ ଶହ କୋଟି ଟଙ୍କାର କ୍ଷତି ସହିଛନ୍ତି ବିଶ୍ୱର ବହୁ ବଡ଼ ବଡ଼ କମ୍ପାନୀ । ଏଭଳି ସ୍ଥିତିରେ ଅନ୍ଲାଇନ୍ ଇ-କମର୍ସ କମ୍ପାନୀ ଆମାଜନ୍ ମୁଖ୍ୟ ଜେଫ୍ ବେଜୋସ୍ଙ୍କୁ ମିଳିଛି ମୁନାଫା ।

୨୪ ବିଲିୟନ୍ ଡଲାର୍ ବା ପ୍ରାୟ ୧ ଲକ୍ଷ ୮୨ ହଜାର ୪ଶହ କୋଟିର ଲାଭ କରିଛନ୍ତି ବେଜୋସ୍ । ଲକ୍ଡାଉନ ପାଇଁ ବିଶ୍ୱର ଶ୍ରେଷ୍ଠ ପାଞ୍ଚ ଶହ ଧନୀଙ୍କର ୫୫୩ ବିଲିଅନ୍ ବା ୪୨ ଲକ୍ଷ ୨୮ ହଜାର କୋଟି ଟଙ୍କାର ଘାଟା ହୋଇଥିବା ବେଳେ ଆମାଜନକୁ ମିଳିଛି ଲାଭ ।

ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ ବା ଆଇଏମ୍ଏଫ୍ର ତଥ୍ୟ ଅନୁଯାୟୀଏସିଆ ମହାଦେଶର ଆର୍ଥିକ ଅଭିବୃଦ୍ଧି ହାର ଶୂନ ରହିପାରେ । ଏଭଳି ସ୍ଥିତି ଉପୁଜିଲେ କରୋନା ଏସିଆର ଅର୍ଥନୈତିକ ବିକାଶକୁ ୬୦ ବର୍ଷର ସର୍ବନିମ୍ନ ସ୍ତରକୁ ନେଇ ଆସିବ ।

କାରଣ ଏସିଆର ବାଣିଜ୍ୟିକ କାରବାର ଆମେରିକା ଓ ୟୁରୋପ ସହ ଜଡ଼ିତ । ଆମେରିକାର ଆର୍ଥିକ ଅଭିବୃଦ୍ଧି ୬ ଓ ୟୁରୋପର ୬. ୬ ପ୍ରତିଶତ ଖସିବ ବୋଲି ଆଇଏମ୍ଏଫ୍ ଆକଳନ କରିଛି ।

୨୦୦୮-୦୯ ମାନ୍ଦାବସ୍ଥାଠାରୁ ମଧ୍ୟ ଖରାପ ସ୍ଥିତିକୁ ଚାଲିଯିବ ବିଶ୍ୱ ଅର୍ଥନୀତି । ୨୦୨୦ରେ ବିଶ୍ୱ ଅର୍ଥନୀତି ମାଇନ୍ସ ୩ ପ୍ରତିଶତକୁ ଆସିଯିବ । ଭାରତରେ ୨୦୨୦ରେ ଅଭିବୃଦ୍ଧି ୧.୯ ପ୍ରତିଶତକୁ ଖସି ୨୦୨୧ରେ ଏହା ୭.୪ ପ୍ରତିଶତ ରହିବ ବୋଲି ଆଇଏମ୍ଏଫ୍ ଅନୁମାନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.