Below header

ପାଣିପାଗ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ଟି ଜିଲ୍ଲାକୁ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ସାରା ରାଜ୍ୟରେ ତାତି ପୂର୍ବ ଭଳି ଥିଲା । ତେବେ ୭ଟି ସହରରେ ଥିଲା ୪୦ ଡିଗ୍ରୀ ଓ ଏହାଠାରୁ ଅଧିକ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବେଶ୍‌ କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ୟେଲୋ ଓ୍ଵାର୍ଣ୍ଣିଂ ଅନୁସାରେ ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା ଏବଂ ଗଜପତି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି । ଏହି ସମୟରେ ଘଡ଼ଘଡ଼ି ସହ ବର୍ଷା ଏବଂ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ । ତେବେ ୧୬ଟି ଜିଲ୍ଲାକୁ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।
ଆଜି ରାଜ୍ୟର ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇଥିବାର ସୂଚନା ମିଳିଛି । ମୟୁରଭଞ୍ଜ ବାଙ୍ଗିରିପୋଷିରେ , ଝାରସୁଗୁଡ଼ା, ବାରିପଦା, ବାଲେଶ୍ୱର ଓ କେନ୍ଦୁଝରରେ ବର୍ଷା ହୋଇଛି । ଆଜି ସୋନପୁରରେ ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟ ରହିଥିଲା । ବଲାଙ୍ଗିରରେ ୪୦.୫ , ଟିଟିଲାଗଡ଼ ଓ ମାଲକାନଗିରିରେ ୪୦.୨, ଅନୁଗୁଳ ଓ ତାଳଚେରରେ ୪୦.୧, ବୌଦ୍ଧରେ ୪୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ୩୯.୨ ଏବଂ କଟକରେ ୩୯.୬ ଡିଗ୍ରୀ ଥିଲା ପାରଦ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି ।

HEAT-1

HEAT-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.