ଭାରତରେ ଲଞ୍ଚ ହେଲା ଦୁନିଆର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ ବାଇକ୍‌, ଦରକାର ପଡିବନି ଆଉ ଲାଇସେନ୍ସ

ଦୁନିଆରେ ସବୁଠାରୁ ଶସ୍ତା ଫିଚର ଫୋନକୁ ୨୯୯ ଟଙ୍କା ଏବଂ ୩୯୯୯ ଟଙ୍କାରେ ଏଲଇଡି ଟିଭି ଲଞ୍ଚ କରିବା ପାଇଁ ବେଶ୍‌ ଜଣାଶୁଣା କମ୍ପାନୀ Detel। ଏହି ଷ୍ଟାଟଅପ୍‌ କମ୍ପାନୀ ଏବେ ଇଲେକଟ୍ରିକ ଟୁ ହ୍ଵିଲର Detel Easy ଲଞ୍ଚ କରିଛି। ଏହା ଦୁନିଆର ସବୁଠାରୁ ଶସ୍ତା ଏବଂ ଭରସାଯୋଗ୍ୟ ବାଇକ୍‌ ବୋଲି କମ୍ପାନୀ ଦାବି କରିଛି।

ଏହାର ମୂଲ୍ୟ ୧୯,୯୯୯ ଟଙ୍କା( ଜିଏସଟି ସହିତ) ରହିଛି। ଏହାକୁ କିଣିବା କେବଳ ଶସ୍ତା ନୁହେଁ ବରଂ ଏହାକୁ ଚଲାଇଲେ କମ୍‌ ଖର୍ଚ୍ଚ ଆସିବ ବୋଲି କମ୍ପାନୀ ମଧ୍ୟ ଦାବି କରିଛି। ଏହି ବାଇକରେ ୬ ପାଇପ ନିୟନ୍ତ୍ରିତ ୨୫୦W ଇଲେକ୍ଟ୍ରିକ ମୋଟର ଦିଆଯାଇଛି। ଏହା ଘଣ୍ଟାକୁ ୨୫ କିମି ଯାଇପାରେ। ଏହାସହିତ ୪୮ ଭି ୧୨ଏ ଲାଇଫ PO4 ବ୍ୟାଟେରୀ ରହିଛି। ଯାହାକୁ ୭ରୁ ୮ ଘଣ୍ଟା ମଧ୍ୟରେ ଫୁଲ୍‌ ଚାର୍ଜ କରାଯାଇପାରିବ। ଫୁଲ୍‌ ଚାର୍ଜ ହେବା ପରେ ୬୦ କିମି ଯାଏ ଏହା ଯାଇପାରିବ।

bike

ସବୁଠାରୁ ସ୍ୱତନ୍ତ୍ର କଥା ହେଲା, ଏହି ବାଇକ୍‌କୁ ଚଲାଇଲେ କୌଣସି ଲାଇସେନ୍ସ ଦରକାର ପଡିବନି। କେବଳ ଏତିକି ନୁହେଁ, ବାଇକ ରେଜିଷ୍ଟ୍ରେସନ ମଧ୍ୟ କରିବାକୁ ପଡିବନି। ଏହି ଗାଡି କିଣିବାକୁ ଗ୍ରାହକଙ୍କୁ ମାଗଣାରେ ହେଲମେଟ ମଧ୍ୟ ଦିଆଯାଉଛି। ଏହି ଗାଡି ୩ଟି ରଙ୍ଗରେ ଉପଲବ୍ଧ ହେବ। ଏହି ବାଇକ୍‌ ପ୍ରଦୂଷଣ କମ୍‌ କରିବ ବୋଲି କମ୍ପାନୀ ଆଶା ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.