କ୍ଷତିରେ ଚାଲିଥିବା ଏୟାର ଇଣ୍ଡିଆକୁ କିଣିବ ଟାଟା ସନ୍‌ସ କମ୍ପାନୀ, ନିଜେ ଦେଲା ସୂଚନା

ଦୀର୍ଘଦିନ ଧରି କ୍ଷତିରେ ଚାଲିଥିବା ଏୟାର ଇଣ୍ଡିଆକୁ କିଣିବାକୁ ଯାଉଛି ଟାଟା କମ୍ପାନୀ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଟାଟା ସମୂହର କମ୍ପାନୀ ଟାଟା ସନ୍‌ସ ଏଥିପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଛି। ରିପୋର୍ଟ ମୁତାବକ ଟାଟା ସନ୍‌ସର ପ୍ରବକ୍ତା କହିଛନ୍ତି କମ୍ପାନୀ ଏବେ ଏହି ପ୍ରସ୍ତାବ ଉପରେ ବିଚାର କରୁଛି। ଏହା ପରେ ଏୟାର ଇଣ୍ଡିଆକୁ କିଣିବା ଉପରେ କୌଣସି ନିଷ୍ପତ୍ତି ନିଆଯିବ। ତେବେ ବର୍ତ୍ତମାନ ଏଥିପାଇଁ କୌଣସି ଫାଇନାନ୍‌ସିଆଲ ପାର୍ଟନର ଖୋଜା ହେଉନଥିବା ଜଣାଯାଇଛି। ଏଣୁ ଟାଟା ହିଁ ଏୟାର ଇଣ୍ଡିଆ କିଣିବ ବୋଲି ଏକ ପ୍ରକାରର ସ୍ପଷ୍ଟ ହୋଇଛି।

tata-sons-ani

ଏୟାର ଇଣ୍ଡିଆ କିଣିବାକୁ ଚାହୁଁଥିବା ଅନ୍ୟ କମ୍ପାନୀମାନେ ନିଲାମ ଡାକିବାକୁ ପ୍ରସ୍ତୁତ ଅଛନ୍ତି। ତେବେ ଏସବୁ କମ୍ପାନୀ ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ଭାବେ ନୁହେଁ ବରଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ପାଇଁ ନିଲାମ ଡାକିବାକୁ ଚାହୁଁଛନ୍ତି। ଏହା ଦ୍ୱାରା ଶସ୍ତାରେ ମିଳିଯିବ। ତେବେ ବର୍ତ୍ତମାନ ପୂରା ଏୟାର ଇଣ୍ଡିଆ ଗୋଟିଏ ବିଜ୍‌ନେସ୍‌ ଏନ୍‌ଟିଟି ଅଛି। ଏଥିରେ ରିୟଲ ଇଷ୍ଟେଟ୍‌ ବି ରହିଛି।

କିଛି ଦିନ ହେବ ଶୁଣିବାକୁ ମିଳୁଥିଲା ଯେ ଟାଟା ଗ୍ରୁପ୍‌ ଏୟାର ଏସିଆ ଇଣ୍ଡିଆ(ଟାଟାସନ୍ସର ୫୫ ପ୍ରତିଶତ ଅଂଶଧନ ରହିଛି) ଓ ଏୟାର ଇଣ୍ଡିଆକୁ ଏକାଠି କରି ଏକ ନୂଆ ପ୍ରପର୍ଟି ତିଆରି କରିବ। ଟାଟା ସମୂହ ଏବେ ଦୁଇଟି ଏୟାରଲାଇନ୍‌ସରେ ଭାଗୀଦାର ଅଛନ୍ତି। ଭିସ୍ତାରାରେ ସେମାନଙ୍କର ୪୯ ପ୍ରତିଶତ ଭାଗ ରହିଛି। ସୂଚନାଯୋଗ୍ୟ ଯେ ଏୟାର ଇଣ୍ଡିଆର କ୍ଷତି ବୃଦ୍ଧି ପାଇ ୮୫୦୦ କୋଟିରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.