ଏବେ ଲକଡାଉନରେ ବି ଘରେ ବସି ମାଗଣାରେ କରିପାରିବେ PAN କାର୍ଡ, ଜାଣନ୍ତୁ କେମିତି

ସ୍ଥାୟୀ ଆକାଉଣ୍ଟ ନମ୍ବର ଅର୍ଥାତ (PAN) ପାନ୍ କାର୍ଡ ଏକ ମହତ୍ବପୂର୍ଣ୍ଣ ଜିନିଷ। ଏହା ବିନା ଏଭଳି କିଛି କାମ ରହିଛି ଯାହା ହୋଇପାରିନଥାଏ। ସେ ଇନକମ ଟ୍ଯାକ୍ସ ରିଟର୍ନ ଫାଇଲ କରିବା ହେଉ କିମ୍ବା ବ୍ଯାଙ୍କରେ ୫୦ ହଜାର ଟଙ୍କାରୁ ଅଧିକ ଟଙ୍କା ଜମା କରିବା ହେଉ। ଏହିସବୁଥିରେ ପାନ୍ କାର୍ଡର ନିଶ୍ଚିନ୍ତ ଆବଶ୍ଯକତା ରହିଥାଏ। ଏହିକାରଣରୁ ଆଜିକାଲି ସମସ୍ତିଙ୍କ ପାଖରେ ପାନ୍ କାର୍ଡ ରହିବା ନିହାତି ଜରୁରୀ। କିନ୍ତୁ ବର୍ତ୍ତମାନ କରୋନା ଭାଇରସ ପାଇଁ ଲକଡାଉନ ଜାରି ରହିଥିବାରୁ ଘରୁ ବାହାରି ପାନ୍ କାର୍ଡ ଆବେଦନ କରିବା ସମ୍ଭବ ହେଉନାହିଁ। ଏଥିପାଇଁ ଯଦି ଆପଣଙ୍କ ପାଖରେ ପାନ୍ କାର୍ଡ ନାହିଁ ଏବଂ ଆପଣ ନୂଆ ପାନ୍ କାର୍ଡ କରିବା ପାଇଁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବୁ ଘରେ ବସି କିଭଳି PAN କାର୍ଡ ତିଆରି କରିପାରିବେ।

PAN ପାଇଁ ଅନଲାଇନ୍ ଆବେଦନ କରିବା ଖୁବ୍ ସହଜ। ଏହି ଜରିଆରେ ଆପଣଙ୍କୁ କିଛି ମିନିଟ୍ ଭିତରେ ଆପଣଙ୍କ ପାନ୍ କାର୍ଡ ମିଳିଯିବ। ଏହି କାର୍ଡକୁ E-PAN ମଧ୍ଯ କୁହାଯାଇଥାଏ। ଯାହା ଆବେଦନ କରିବା ପରେ ତୁରନ୍ତ ଡାଉନଲୋଡ କରିପାରିବେ।

pan-cardE-PAN କାର୍ଡ କରିବା ପାଇଁ ଆବଶ୍ଯକ ପଡିଥାଏ ଏହିସବୁ ଡକ୍ଯୁମେଣ୍ଟ

ଏହି ସେବା ସେହି ଲୋକମାନଙ୍କ ପାଇଁ ଯେଉଁ ଲୋକମାନେ ଏପର୍ଯ୍ଯନ୍ତ PAN କାର୍ଡ କରିନାହାନ୍ତି। E-PAN କାର୍ଡ ପାଇଁ ଆପଣଙ୍କୁ ନିଜର ଆଧାର ନମ୍ବର ଦେବାକୁ ପଡିବ, ଯାହାଦ୍ବାରା OTP ଜନରେଟ ହେବ ଏବଂ ଆପଣଙ୍କ E-PAN କିଛି ମିନିଟ୍ ରେ ଜାରି ହୋଇଯିବ।

E-PAN କାର୍ଡ କରିବା ପାଇଁ କ’ଣ ରହିଛି ପ୍ରୋସେସ୍

pan-aadhar-ଆୟକର ବିଭାଗର ୱେବସାଇଟ https://www.incometaxindiaefiling.gov.in/home କୁ ଯାଆନ୍ତୁ।

-ଏହାପରେ ସେଠାରେ PAN through Aadhaar New ଲିଙ୍କ ଉପରେ କ୍ଳିକ୍ କରନ୍ତୁ।

-ଏହାପରେ ପୁଣି ଦୁଇଟି ଅପ୍ସନ ଖୋଲିବ- ପ୍ରଥମ Get New PAN, ଦ୍ବିତୀୟଟି- Check status/download PAN

-ବର୍ତ୍ତମାନ ଆପଣଙ୍କୁ ଆଧାର ସଂଖ୍ଯା ଦେବାକୁ ପଡିବ, ଏହାପରେ ସେହି ଆଧାର ସହ ପଞ୍ଜିକୃତ ହୋଇଥିବା ମୋବାଇଲ ନମ୍ବରରେ OTP ଆସିବ।

-OTP ଦ୍ବାରା Aadhaarର ତଥ୍ଯ ଯାଞ୍ଚ ହେବ।

-ଏହାପରେ ତୁରନ୍ତ E-PAN ଜାରି ହୋଇଯିବ ଏବଂ ଗ୍ରାହକ ନିଜର E-PAN ଡାଉନଲୋଡ କରିପାରିବେ।

PAN କାର୍ଡ ଠାରୁ ଭଲ ହେଉଛି E-PAN

E-PANE-PAN, ପାନ୍ କାର୍ଡର ଫିଜିକାଲ କପି ଠାରୁ ଖୁବ୍ ଭଲ। ଏହା ହଜିବାର କୌଣସି ସମସ୍ଯା ନଥାଏ। ଯଦି ଆପଣ ଏହାର କପି ଚାହାନ୍ତି ତେବେ ଆପଣ ୫୦ ଟଙ୍କାରେ ଏହାର ପ୍ରିଣ୍ଟ ନେଇ ଲାମିନେଟ୍ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.