Below header

ଘର ଭିତରେ ଥିବା ଭୂତଳ ସୁଡ଼ଙ୍ଗରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ତିନି ଭାଇଙ୍କ ଜୀବନ

ଗଜପତି: ଘର ଭିତରେ ଥିବା ଭୂତଳ ସୁଡ଼ଙ୍ଗରେ ପଶି ୩ ଭାଇଙ୍କ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଗଜପତି ଅଡବା ଥାନା ବିରିକୋଟ ଗାଁରେ। ଗତକାଲି ରାତି ପାଖାପାଖି ୯ଟା ବେଳେ ଘର ଭିତରେ ଥିବା ଏକ ସୁଡ଼ଙ୍ଗ ଭିତରୁ କିଛି ସାମଗ୍ରୀ ଆଣିବାକୁ ପ୍ରଥମେ ମଝିଆ ଭାଇ ସଞ୍ଜୀବ(୨୭) ଯାଇଥିଲେ । ତେବେ ସେଠାରେ ସେ ଅଚେତ ହୋଇପଡିଥିବା ଦେଖି ବଡ ଭାଇ ବିକ୍ରମ(୩୫) ଭିତରକୁ ଯାଇଥିଲେ । ହେଲେ ଦୁଃଖର କଥା ସେ ମଧ୍ୟ ସେଠାରେ ଅଚେତ ହୋଇପଡିଥିଲେ । ଦୁଇ ଭାଇ ଅଚେତ ହୋଇଯିବା ଦେଖି ସାନ ଭାଇ ଜିତୁ(୨୫) ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଅଚେତ ହୋଇଯାଇଥିଲେ ।

ଏହା ଦେଖିବା ପରେ ଭଉଣୀ ତାରକା ପରିବାର ଲୋକଙ୍କୁ ଏନେଇ ଜଣାଇବାପରେ ପରିବାର ଲୋକ ରଶି ଲଗାଇ ସୁଡ଼ଙ୍ଗ ଭିତରୁ ୩ ଜଣକୁ ବାହାର କରି ବିରିକୋଟ ମେଡିକାଲକୁ ନେଇଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ମୋହନା ମେଡିକାଲକୁ ଅଣାଯାଇଥିଲା । ହେଲେ ସେଠାରେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ । ଶ୍ୱାସରୁଦ୍ଧ ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.