Flipkart Big Billion Days Sale: Samsung ଓ Oppo ର ଏହି ସ୍ମାର୍ଟଫୋନରେ ଆପଣ ପାଇପାରିବେ ୩୦ହଜାର ଟଙ୍କା ପର୍ଯ୍ୟନ୍ତର ଡ଼ିସକାଉଣ୍ଟ

ଆସନ୍ତା ଅକ୍ଟୋବର ୧୬ ତାରିଖ ଠାରୁ ଫ୍ଲିପକାର୍ଟ ସେଲ ଆରମ୍ଭ ହେବାକୁ ଯାଉଛି । ଫ୍ଲିପକାର୍ଟର ଏହି ସେଲରେ ବିଭିନ୍ନ ମୋବାଇଲ ଫୋନରେ ମିଳିବାକୁ ଥିବା ୫ ପ୍ରକାରର ଟପ ଡ଼ିଲ ମିଳିବା ନେଇ କମ୍ପାନୀ ତରଫରୁ ସୂଚନା ଦିଆଯାଇଛି । ଏହି ସେଲରେ ସାମସଙ୍ଗ ଓ ଓପୋ ବ୍ରାଣ୍ଡର ସ୍ମାର୍ଟଫୋନ ଉପରେ ଗ୍ରାହକ ମାନଙ୍କୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତର ଡ଼ିସକାଉଣ୍ଟ ମିଳି ଯାଇପାରିବ । ତେବେ ଜାଣନ୍ତୁ କେଉଁ ଫୋନ ଉପରେ କେତେ ଡ଼ିସକାଉଣ୍ଟ ମିଳୁଛି ।

ଚଳିତ ବର୍ଷ ଫେବୃଆରୀରେ ଲଞ୍ଚ ହୋଇଥିବା Samsung Galaxy Note 10 Plusର ପ୍ରକୃତ ମୂଲ୍ୟ ୭୭ ହଜାର ୯୯୯ ଟଙ୍କା ଥିବା ବେଳେ ଫ୍ଲିପକାର୍ଟର ଏହି ସେଲରେ ଗ୍ରାହକଙ୍କୁ ୪୯ ହଜାର ୯୯୯ ଟଙ୍କାରେ ପାଇପାରିବେ । ଏହି ଫୋନରେ ଗ୍ରାହକଙ୍କୁ ୮ ଜିବି ରାମ ଓ ୧୨୮ ଜିବି ଷ୍ଟୋରେଜ ପର୍ଯ୍ୟନ୍ତର ସୁବିଧା ମିଳିଯାଇପାରିବ । ଯେବେକି ସାମସଙ୍ଗର ଏହି ସ୍ମାର୍ଟଫୋନର ୧୨ ଜିବି ରାମ ଓ ୨୫୬ ଜିବି ଭେରିୟାଣ୍ଟ ବଜାରରେ ଏବେ ୮୫ ହଜାର ଟଙ୍କାରେ ଉପଲବ୍ଧ ହେଉଛି । ବିଗ ଡ଼େ ସେଲ ମାଧ୍ୟମରେ ଗ୍ରାହକ ମାନେ ଏହାକୁ ମାତ୍ର ୫୪ ହଜାର ୯୯୦ ଟଙ୍କାରେ ପାଇ ପାରିବେ ।

flipkart

Samsung Galaxy A50S ସ୍ମାର୍ଟଫୋନର ୪ ଜିବି ରାମ ଓ ୧୨୮ ଜିବି ଷ୍ଟୋରେଜ ଭେରିୟାଣ୍ଟକୁ ଫ୍ଲିପକର୍ତ୍ତ ସେଲ ମାଧ୍ୟମରେ ମାତ୍ର ୧୩
ହଜାର ୯୯୯ ଟଙ୍କାରେ କିଣାଯାଇପାରିବ । ଯେବେକି ଏହାର ପ୍ରକୃତ ମୂଲ୍ୟ ୧୮ ହଜାର ୫୭୦ ଟଙ୍କା ।

ଓପୋର Oppo Reno 2 Fର ୬ ଜିବି ରାମ ଓ ୨୫୬ ଜିବି ସ୍ମାର୍ଟଫୋନକୁ ମାତ୍ର ୧୬୯୯୦ ଟଙ୍କାରେ କିଣିପାରିବେ ଗ୍ରାହକ । ଯାହାର ପ୍ରକୃତ ମୂଲ୍ୟ ୧୮୯୯୦ ଟଙ୍କା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.