ମା’କୁ ବିବାହ ପ୍ରଲୋଭନ ଦେଖାଇ ଫେରାର ହେବା ପରେ ୮ ବର୍ଷ ଧରି ଝିଅକୁ ବଳାତ୍କାର କରୁଥିଲା ପିଶାଚ

ଥମିବାର ନାଁ ଧରୁନି ନାରୀ ନିର୍ଯାତନା। ପଞ୍ଜାବରେ ଦୀର୍ଘଦିନ ଧରି ନିର୍ଯାତିତା ହେଉଥିବା ଜଣେ ପୀଡ଼ିତା ପୋଲିସରେ ଅଭିଯୋଗ କରିବା ପରେ ତାଙ୍କ ସହ ହୋଇଥିବା ସମସ୍ତ କାହାଣୀ ଜଣାପଡ଼ିଛି। ପୀଡ଼ିତାଙ୍କ ଅଭିଯୋଗ ପରେ ପୋଲିସ ଉକ୍ତ ଅଭିଯୁକ୍ତକୁ ଗିରଫ କରିଛି। ତେବେ ଅଭିଯୁକ୍ତ ଗିରଫ ହେବା ପରେ ପୀଡ଼ିତା ତାଙ୍କ କହାଣୀ ବଖାଣିଛନ୍ତି। ପୀଡ଼ିତା କହିଛନ୍ତି ଅଭିଯୁକ୍ତ ଜଣକ ତାଙ୍କୁ ଦୀର୍ଘ ୮ ବର୍ଷ ଧରି ଜବରଦସ୍ତି ବଳାତ୍କାର କରି ଆସୁଛନ୍ତି।

ପୀଡ଼ିତା କହିଛନ୍ତି ଅଭିଯୁକ୍ତ ଗଗୁ ସିଂହ ୨୦୧୧ ମସିହାରେ ତାଙ୍କ ମା’ଙ୍କୁ ବିବାହର ପ୍ରଲୋଭନ ଦେଖାଇ ଘରୁ ଧରି ଫେରାର ହୋଇଯାଇଥିଲେ। ସେତେବେଳେ ସେ ମାତ୍ର ୧୩ ବର୍ଷର ଥିଲେ। କିଛି ଦିନ ପରେ ଗଗୁ ତାଙ୍କ ମା’ଙ୍କୁ ବାଡ଼େଇ ଘରୁ ବିଦା କରିଦେଲେ। କିନ୍ତୁ ତାଙ୍କୁ ନିଜ ପାଖରେ ରଖିଲେ। ସେବେ ଠାରୁ ସେ ପ୍ରତିଦିନ ତାଙ୍କୁ ବଳାତ୍କାର କରୁଥିଲେ। ଏହି ସମୟରେ ତାଙ୍କର ୩ଟି ପିଲା ବି ହୋଇଛନ୍ତି।

କିନ୍ତୁ ନିର୍ଯାତନା ବଢ଼ିବାରୁ ସେ ଶେଷରେ ପୋଲିସ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଆଧାରରେ ତାଙ୍କୁ ବହାବବାଲା ଥାନା ଅଧିକାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ପୋଲିସ ତାଙ୍କର କୋଭିଡ୍‌ ପରୀକ୍ଷା କରିଛି। ରିପୋର୍ଟ ଆସିବା ପରେ ତାଙ୍କୁ ଜେଲକୁ ପଠାଯିବ। ଏବେ ସେ ଅସ୍ଥାୟୀ ଜେଲରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.