ଚିନ୍ତା ବଢାଉଛି କଟକ ମାଲଗୋଦାମ ବେହେରା ସାହି, ପୁଣି ୧୧୨ କୋରନା ପଜିଟିଭ୍‌ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ସିଏମ୍‌ସି

କଟକ: ଚିନ୍ତା ବଢାଉଛି କଟକ ମାଲଗୋଦାମ ବେହେରା ସାହି। ଗତକାଲି ଏଠାରୁ ପୁଣି ୧୧୨ କୋରନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏହାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ସିଏମ୍‌ସି। ଏ ପର୍ଯ୍ୟନ୍ତ ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢିବାରେ ଲାଗିଛି। ସେପଟେ ପୁରୁଣା ରାଉସାପାଟଣା ଅଞ୍ଚଳକୁ କଣ୍ଚେନମେଣ୍ଟ ମୁକ୍ତ ଘୋଷଣା କରିଛି କଟକ ମହାନଗର ନିଗମ।

ସୂଚନା ଥାଉକି, ଗତକାଲି କଟକ ସହରରୁ ୧୪୩ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିଲେ । ଯାହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୩୨୫କୁ ବୃଦ୍ଧି ପାଇଛି । ଗତକାଲି ସକାଳେ କଟକ ଜିଲ୍ଲାର ୧୬୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣା ଯାଇଥିବା ବେଳେ ସେମଧ୍ୟରୁ ୧୪୩ ଜଣ କଟକ ସହରର ଅଛନ୍ତି । ଅନ୍ଯପଟେ ସହରର ୧୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.