ରାଜ୍ୟରେ ଆଜି ୧୩୮୫ ପଜିଟିଭ୍‌ ଚିହ୍ନଟ, ଗଲା ୧୪ ଆକ୍ରାନ୍ତଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୧୩୮୫ ପଜିଟିଭ୍‌ ଚିହ୍ନଟ । କ୍ୱାରେଣ୍ଟାଇନରୁ ୭୯୮ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୫୮୭। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୦୯, ମୟୂରଭଞ୍ଜରୁ ୧୦୩, ସୁନ୍ଦରଗଡରୁ ୯୧ ନୂଆ କେସ୍‌ ରହିଛି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୨ ଲକ୍ଷ ୯୭ ହଜାର ୨୭୪କୁ ବୃଦ୍ଧି ପାଇଛି । ଆକ୍ଟିଭ୍‌ କେସ୍‌ ୧୩ ହଜାର ୭୭୦ ଥିବାବେଳେ ସୁସ୍ଥ ହୋଇଛନ୍ତି ୨ଲକ୍ଷ ୮୨ ହଜାର ୦୭୩ । ସେହିପରି ରାଜ୍ୟରେ କରୋନାରେ ଆଉ ୧୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧୩୭୮ ରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.