Below header

ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୦ ହଜାର ୨୦୯ ପଜିଟିଭ ଚିହ୍ନଟ, ୭୦୪ ମୃତ

 ନୂଆଦିଲ୍ଲୀ: କରୋନାରେ ଦୈନିକ ଆକ୍ରାନ୍ତ ସଂଖ୍ୟା ଗଲା କିଛି ଦିନ ହେବ ହ୍ରାସ ପାଉଥିବା ନେଇ ଲକ୍ଷ କରାଯାଉଛି । ଗତ ୨୪ ଘଣ୍ଟା ଭିତରେ ୨୦୯ ଜଣ ନୂ ୫୦ ହଜାର ୨୦୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୦୪ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୫୦ ହଜାର ୨୦୯ ନୂଆ ପଜିଟିଭ କେସ ଚିହ୍ନଟ ହେବା ସହ ଦେଶରେ ସଂକ୍ରମିତ ସଂଖ୍ୟ ୮୩ ଲକ୍ଷ ୬୪ ହଜାର ୦୮୬ ଛୁଇଁଛି । ଯେବେକି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୪ ହଜାର ୩୧୫ ରେ ପହଂଚିଛି । ଅନ୍ୟପକ୍ଷରେ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ଆଉ ଏକ ତଥ୍ୟ ଅନୁଯାୟୀ, ଦେଶରେ କରୋନାରୁ ସୁସ୍ଥ ହେବା ସଂଖ୍ୟା ବି ଦିନ କୁ ଦିନ ବଢି ବଢି ଚାଲିଛି ।

ଗୋଟିଏ ଦିନ ଭିତରେ ୫୫ ହଜାର ୩୩୧ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସଂଖ୍ୟା ୭୭ ଲକ୍ଷ ୧୧ ହଜାର ୮୦୯ ରେ ପହଞ୍ଚିଥିବା ନେଇ ଜଣାଯାଇଛି । ସେପଟେ ଦେଶରେ ସକ୍ରିୟ ମାମଲା ୬ ଲକ୍ଷ ତଳକୁ ଖସିଥିବା ନେଇ ରେକର୍ଡ ହୋଇଛି । ମୋଟ ରୂପରେ ଦେଖିଲେ ସକ୍ରିୟ ମାମଲା ୫ ଲକ୍ଷ ୨୭ ହଜାର ୯୬୨ ଛୁଇଁଛି । ଗତ ୨୪ ଘଣ୍ଟାରେ ୫ ହଜାର ୮୨୫ କମିଛି ସଂକ୍ରମିତ ସଂଖ୍ୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.