ଯାଜପୁର: ଦୁଷ୍କର୍ମର ଶିକାର ହୋଇ ନାବାଳିକା ଅନ୍ତସତ୍ୱା ଅଭିଯୋଗ, ପୀଡିତାଙ୍କ ଡାକ୍ତରୀ ମାଇନା ସହ ବୟାନ ରେକର୍ଡ

ଯାଜପୁର: ଦୁଷ୍କର୍ମର ଶିକାର ହୋଇ ନାବାଳିକା ଅନ୍ତସତ୍ୱା ଅଭିଯୋଗ, ପୀଡିତାର ଡାକ୍ତରୀ ମାଇନା ସହ ବୟାନ ରେକର୍ଡଦୁଷ୍କର୍ମର ଶିକାର ହୋଇ ନାବାଳିକା ଅନ୍ତସତ୍ତ୍ୱା ଅଭିଯୋଗ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରୁ ଏହି ଅଭିଯୋଗ ଆସିଛି। ପୀଡିତା ଜଣକ ଭୁବନେଶ୍ୱରରେ ଜଣେ ବରିଷ୍ଠ ଅଧିକାରୀଙ୍କ ଘରେ ରହି କାମ କରୁଥିଲେ।

ସେଠାରେ ରହୁଥିବା ଜଣେ ବୃଦ୍ଧ ଧମକ ଚମକ ଦେଇ ପୀଡିତାଙ୍କ ସହ ଯୌନ ସଂପର୍କ ରଖିବା ଫଳରେ ସେ ଅନ୍ତସତ୍ତ୍ୱା ହୋଇଥିବା ଅଭିଯୋଗ ହୋଇଛି। ନ୍ୟାୟ ପାଇବା ପାଇଁ ପୀଡିତାର ମାଆ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି। ପୋକ୍‌ସୋ ଆକ୍ଟରେ ଏକ ମାମଲା ରୁଜୁ କରାଯାଇଛି। ଗତକାଲି ପୀଡିତାର ଡାକ୍ତରୀ ମାଇନା କରାଯିବା ସହ ମାଜିଷ୍ଟ୍ରେଟ୍‌ ନିକଟରେ ୧୬୪ ବୟାନ୍‌ ରେକର୍ଡ କରାଯାଇଥିବା ସୂଚନା ମିଳିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.