Below header

ହଲିଉଡ୍‌ରେ ଓଡ଼ିଆ ପୁଅ, ବଡ଼ ବଡ଼ କଳାକାରଙ୍କୁ ନିଜ ଇସାରାରେ ନଚାଉଛନ୍ତି ବାଲେଶ୍ୱରର ସୁଧାକର ମାଝୀ

ଓଡ଼ିଆ ପୁଅ ଏବେ ହଲିଉଡ୍‌ରେ କରୁଛନ୍ତି ରାଜ୍‌। ବାଲେଶ୍ୱର ଜିଲ୍ଲାର ପଡ଼ାଗାଁର ସୁଧାକର ମାଝୀ ଏବେ ହଲିଉଡ୍‌ର ଜଣେ ନାଁ କରା କୋରିଓଗ୍ରାଫର। ବଡ଼ ବଡ଼ ଅଭିନେତା ଓ ଅଭିନେତ୍ରୀଙ୍କୁ ନିଜ ଇସାରାରେ ନଚାଉଛନ୍ତି ସୁଧାକର। ପ୍ରାୟ ସବୁ କଳାକାରଙ୍କ ପାଇଁ ସେ କୋରିଓଗ୍ରାଫି କରିସାରିଛନ୍ତି।

୪୪ ବର୍ଷୀୟ ସୁଧାକରଙ୍କର ପିଲାବେଳୁ ଡ୍ୟାନ୍ସ ପ୍ରତି ଆଗ୍ରହ ଥିଲା। ଏଣୁ ବଡ଼ ହେଲା ପରେ ସେ ମୁମ୍ବାଇ ଚାଲି ଆସିଥିଲେ। ମୁମ୍ବାଇରେ ସେ ନିଜର ଏକ ଡ୍ୟାନ୍ସ ଏକାଡେମୀ ଆରମ୍ଭ କରିଥିଲେ। ପରେ ସେ ବଲିଉଡ୍‌ରେ ଭାଗ୍ୟ ପରୀକ୍ଷା କରିଥିଲେ। ଯୋଗକୁ ବି-ଟାଉନ୍‌ରେ ଭାଗ୍ୟ ତାଙ୍କ ସାଥ୍‌ ଦେଇଥିଲା। ୨୦୦୬ରେ ସୁଧାକର କଣ୍ଠଶିଳ୍ପୀ କୁମାର ସାନୁ ଓ ବର୍ଷା ଉସ୍‌ଗୋଇଙ୍କ ସହ ଜୟପୁରରେ ଏକ ଇଭେଣ୍ଟରେ ଯୋଗ ଦେଇଥିଲେ। ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମରେ ଜଣେ ଓଡ଼ିଆ ଭାବେ ସୁଧାକର କାମ କରିଥିଲେ। ଏହାର ୯ ବର୍ଷ ପରେ ସୁଧାକର ଭି-ଫେଷ୍ଟରେ ବରୁଣ ଧଓ୍ଵନ୍‌ଙ୍କ କୋରିଓଗ୍ରାଫର ଭାବେ କାମ କରିଥିଲେ।

ତା’ପରଠୁ ଆଉ ପଛକୁ ଫେରିନାହାନ୍ତି ସୁଧାକର। ବଲିଉଡ୍‌ ପରେ ଏବେ ହଲିଉଡ୍‌ରେ ପାଦ ଥାପିଛନ୍ତି ଏହି ଓଡ଼ିଆ କୋରିଓଗ୍ରାଫର। ତାଙ୍କ ଡ୍ୟାନ୍ସିଂ ସ୍କିଲ୍‌ ଦେଖି ଆମେରିକାନ୍‌ ଭିଡିଓ ନିର୍ମାତା ସଂସ୍ଥା ଭେଭୋ ତାଙ୍କୁ ଆଇ ଓ୍ଵାଜ୍‌ ଲଷ୍ଟ ମ୍ୟୁଜିକ୍‌ ଭିଡିଓରେ କୋରିଓଗ୍ରାଫି କରିବାର ସୁଯୋଗ ଦେଇଛନ୍ତି। ଏହି ମ୍ୟୁଜିକ୍‌ ଭିଡିଓ ସେପ୍ଟେମ୍ବର ୧୮ ତାରିଖରେ ରିଲିଜ୍‌ ହୋଇଛି। ଲୋକମାନେ ଏହାକୁ ବେଶ୍‌ ପସନ୍ଦ କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.