ଆନନ୍ଦପୁର ଘସିପୁରା ବ୍ଳକର ପଞ୍ଚାୟତ କାର୍ଯ୍ଯନିର୍ବାହୀ ଅଧିକାରୀ ଓ ଠିକାଦାରଙ୍କ ଭିତରେ ପିସି କାରବାରକୁ ନେଇ ଭିଡିଓ ଭାଇରାଲ୍

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଳକର ଜଣେ ପଞ୍ଚାୟତ କାର୍ଯ୍ଯନିର୍ବାହୀ ଅଧିକାରୀଙ୍କ ସହ ଜଣେ ଠିକାଦାରଙ୍କ ଭିତରେ ୫ଲକ୍ଷ ଟଙ୍କାର ଠିକା କାମକୁ ନେଇ କିଏ କେତେ ପିସି ନେବେ ତାହାର ହିସାବ ଚାଲିଥିବା ସମୟର ଭିଡିଓ ଭାଇରାଲ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ବିଡିଓ ୪%, ଜେଇ ୫%,ସରକାରୀ ଯନ୍ତ୍ରୀ ୨%, କମ୍ଯୁଟର ପ୍ରୋଗାମର୍ ଓ ଗ୍ରାମପଞ୍ଚାୟତ ଅଫିସର ୧%,ସରପଞ୍ଚ ୨% ଓ ପଞ୍ଚାୟତ କାର୍ଯ୍ଯନିର୍ବାହୀ ଅଧିକାରୀଙ୍କ ୪% ପିସି ବୋଲି ପିଇଓ କହୁଛନ୍ତି । ଏଭଳି ଭାବେ ୫ଲକ୍ଷ ଟଙ୍କା କାମର ବିଲ୍ ପାଇଁ ୯୦ଟଙ୍କା ନେଇକି ଆସିବାକୁ କହୁଛନ୍ତି ପିଇଓ । ପିସି କାରବାରକୁ ନେଇ ଏଭଳି ସାଂଘାତିତ ଭିଡିଓ ଭାଇରାଲ୍ ହେବା ପରେ ଘସିପୁରା ବିଡିଓଙ୍କ ପ୍ରତିକ୍ରୀୟା ନେବାକୁ ଆମେ ପହଁଚିଥିଲୁ । ହେଲେ ସେ କ୍ଯାମେରା ସମ୍ମୁଖରେ କିଛି କହିବାକୁ ମନା କରିଦେଇଥିବେ ଅନ୍ଯପଟେ ବିଡିଓଙ୍କ ଏଭଳି ନିରବତା ର୍ଦୁନୀତିକୁ ସମ୍ପୂର୍ଣ୍ଣ ସ୍ପଷ୍ଟ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.