ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୦ ହଜାର ୫୨୧ ନୂଆ ଆକ୍ରାନ୍ତ ଚିହ୍ନଟ, ଗଲା ୧୭ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ୫ଲକ୍ଷ ପାର୍‌ କଲା ପଜିଟିଭ୍‌ ସଂଖ୍ୟା । ପୁଣି ୧୦ ହଜାର ପାର୍‌ କରିଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ଆଉ ୧୦ ହଜାର ୫୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୧୪୭୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସୁନ୍ଦରଗଡ଼ରେ ୧ହଜାର ୧୮୬, କଟକରେ ୯୬୩, କଳାହାଣ୍ଡିରେ ୫୭୧, ବରଗଡ଼ରେ ୫୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୧୬ ହଜାର ୪୦୩ । ରାଜ୍ୟରେ ସୁସ୍ଥ ହାର ରହିଛି ୮୩.୨୫ ପ୍ରତିଶତ । ସେହିଭଳି ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁସଂଖ୍ୟା ୨ହଜାର ୧୨୧ରେ ପହଞ୍ଚିଛି । ୮୧ ହଜାର ୫୮୫ ରହିଛି ଆକ୍ଟିଭ୍‌ କେସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.