Below header

ପୁଣି କରୋନା ଆତଙ୍କ: ଭୀମସାର ବିଶ୍ୱବିଦ୍ୟାଳୟର ୨୨ ଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ

ସମ୍ବଲପୁର(କେନ୍ଯୁଜ୍): ପୁଣି କରୋନା ଆତଙ୍କ । ଭୀମସାର ବିଶ୍ୱବିଦ୍ୟାଳୟର ୨୨ ଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ । ବୁର୍ଲା ଭୀମସାରର ୨୨ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ଆସିବା ପରେ ଏବେ ଚିନ୍ତା ବଢାଇଛି । ସମସ୍ତେ ଏମବିବିଏସ ପ୍ରଥମ ବର୍ଷର ଛାତ୍ରୀ ବୋଲି ଜଣାପଡିଛି।

ତେବେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତଙ୍କୁ  କୋଭିଡ ଓ୍ୱାର୍ଡରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତ୍ରିରେ ଏହି ଖବର ଆସି ପହଁଚିଥିଲା । ଆଜି ଛାତ୍ରଙ୍କ କୋଭିଡ ଟେଷ୍ଟ କରାଯିବ ।

ମିଳିଥିବା ସୂଚନା ମୁତାବକ, କିଛି ଦିନ ପୂର୍ବେ ସମସ୍ତେ କୌଣସି ଏକ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ । ତେବେ ସେଠାରୁ ସଂକ୍ରମଣ ବ୍ୟାପିଥିବା ଅନୁମାନ କରାଯାଉଛି । କିଛିଦିନ ପରେ ଏମବିବିଏସ ଅଫଲାଇନ ପରୀକ୍ଷା ହେବାର ଥିବା ହେଲେ ତାହା ହେବା କି ନାହିଁ ଏବେ ପ୍ରଶ୍ନବାଚୀ । ତେବେ ଏହି ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.