କଂଟାବାଞ୍ଜି: ଚାଲାଣ ବେଳେ ୧୭ ଜଣ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ୍, ଜଣେ ସର୍ଦ୍ଦାର ଅଟକ

କଂଟାବାଞ୍ଜି (କେନ୍ଯୁଜ୍): ଚାଲାଣ ବେଳେ ଉଦ୍ଧାର ହେଲେ ଦାଦନ ଶ୍ରମିକ । ଜଣେ ସର୍ଦ୍ଦାର ଅଟକ । ୧୭ ଜଣ ଶ୍ରମିକଙ୍କୁ ବାହାର ଅଞ୍ଚଳକୁ ଚାଲାଣ ପାଇଁ ଅଣାଯାଇଥିଲା । କଂଟାବାଞ୍ଜି ରେଳ ଷ୍ଟେସନରୁ ଟ୍ରେନରେ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଦନନ୍ଦରା ଗାଁ ନିକଟରେ ଚଢାଉ କରିଥିଲା।

ଦାଦନ ଶ୍ରମିକଙ୍କ ସମେତ ଦାଦନ ସର୍ଦାରଙ୍କୁ ଥାନାରେ ଅଟକ ରଖିଛି ପୋଲିସ। ଉଦ୍ଧାର ଶ୍ରମିକମାନେ ସିନାପାଲି ବ୍ଲକ ଅଞ୍ଚଳର। ଶ୍ରମିକମାନଙ୍କ ମଧ୍ୟରେ ୫ଜଣ ପୁରୁଷ, ୮ଜଣ ମହିଳା ଓ ୪ଜଣ ଶିଶୁ ଅଛନ୍ତି। ସମସ୍ତ ଶ୍ରମିକଙ୍କୁ ବେଆଇନ୍‌ ଭାବେ ରାଜ୍ୟ ବାହାରକୁ ନେବାର ଯୋଜନା ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.