ଆଜି ରାଜ୍ଯରେ ୪୨୦୯ କରୋନା ପଜିଟିଭ୍ ଚିହ୍ନଟ, ଗଲା ୯ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ଯରେ ୪୨୦୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୨୪୪୧ ଏବଂ ଲୋକାଲ୍ କେସରୁ ୧୭୬୮ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧,୭୫,୫୫୦ରେ ପହଁଚିଛି। ଏମାନଙ୍କ ୧,୩୭,୫୬୭ ସୁସ୍ଥ ହୋଇ ସାରିଥିବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୩୭,୨୩୯ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୬୬୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୧୦୯, ବାଲେଶ୍ବରରୁ ୧୮୩, ବରଗଡରୁ ୧୧୬, ଭଦ୍ରକରୁ ୪୩, ବଲାଙ୍ଗିରରୁ ୭୮, ବୌଦ୍ଧରୁ ୫୫, କଟକରୁ ୪୯୧, ଦେଓଗଡ ୨୩,ଢେଙ୍କାନାଳରୁ ୮୦, ଗଜପତିରୁ ୪୩, ଗଞ୍ଜାମରୁ ୬୫, ଜଗତସିଂହପୁରରୁ ୧୪୬, ଯାଜପୁରରୁ ୧୭୬, ଝାରସୁଗୁଡା ୮୦, କଳାହାଣ୍ଡିରୁ ୯୦, କନ୍ଧମାଳରୁ ୧୦୨, କେନ୍ଦ୍ରାପଡାରୁ ୧୨୩, କେନ୍ଦୁଝରରୁ ୭୨, କୋରାପୁଟରୁ ୧୧୪, ମାଲକାନଗିରିରୁ ୬୩, ମୟୁରଭଞ୍ଜରୁ ୧୦୭, ନବରଙ୍ଗପୁରରୁ ୧୦୨, ନୟାଗଡରୁ ୪୭, ନୂଆପଡାରୁ ୫୨, ପୁରୀରୁ ୩୨୬, ରାୟଗଡାରୁ ୯୨, ସମ୍ବଲପୁରରୁ ୧୫୪, ସୋନପୁରରୁ ୮୩ ଏବଂ ସୁନ୍ଦରଗଡରୁ ୧୨୧ଜଣ , ଏହାସହ ଷ୍ଟେଟ୍ ପୁଲ୍ ରୁ ୨୧୦ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ରାଜ୍ୟରେ ଆଉ ୯ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍‌ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୯୧ ମୃତ୍ୟୁକୁ ବୃଦ୍ଧି ପାଇଛି । ବରଗଡ଼ରୁ ସର୍ବାଧିକ ୨ ଜଣଙ୍କ ପ୍ରାଣ ନେଇଛି ପ୍ରାଣଘାତୀ ଭୂତାଣୁ । ସେହିପରି ଭଦ୍ରକ,ବଲାଙ୍ଗିର, କଟକ, ଗଜପତି, ପୁରୀ, ରାୟଗଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.