ଗଞ୍ଜାମରେ ସଂକ୍ରମଣ ସାଙ୍ଗକୁ ବଢୁଛି ମୃତ୍ୟୁ ସଂଖ୍ୟା, ଗୋଟିଏ ଦିନରେ ୫ ଜଣ ପ୍ରାଣ ହରାଇଲେ

ଭୁବନେଶ୍ବର : ରାଜ୍ଯରେ କରୋନା ନେଲା ଆଉ ୬ ଆକ୍ରାନ୍ତଙ୍କ ଜୀବନ । ଗଞ୍ଜାମରୁ ୫ ଓ ଗଜପତିରୁ ଜଣେ କରୋନା ସଂକ୍ରମିତ ମୃତ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୯୭ରେ ପହଁଚିଛି । ତେବେ ଗଞ୍ଜାମରେ ମୋଟ ମୃତ୍ଯୁ ସଂଖ୍ଯା ୫୯ ଏବଂ ଗଜପତିରେ ୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।

-ମୃତକଙ୍କ ଭିତରେ ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷିୟ ଏବଂ ଆଉ ଜଣେ ୪୨ ବର୍ଷିୟ ପୁରୁଷ ଅଛନ୍ତି । ଉଭୟ ଡାଇବେଟିସରେ ପୀଡିତ ଥିଲେ ।

– ଗଞ୍ଜାମ ଜିଲ୍ଲାର ଆଉ ଦୁଇ ଜଣ ମୃତକ ପୁରୁଷ ରହିଛନ୍ତି ଯାହାଙ୍କ ବୟସ ୪୦ ବର୍ଷ ଏବଂ ୫୪ ବର୍ଷ ।

– ସେହିପରି ଗଜପତି ଜିଲ୍ଲାର ଜଣେ ୫୫ ବର୍ଷିୟ ମହିଳା ଅଛନ୍ତି । ଯିଏକି କରୋନା ପଜିଟିଭ୍ ସହିତ ଡାଇବେଟିସରେ ପୀଡିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.