ଦେବଦୂତ ସାଜିଲେ ବାଲିଗୁଡା SDPO, ବଞ୍ଚାଇଲେ ଡ୍ରାଇଭରଙ୍କ ଜୀବନ

ବାଲିଗୁଡା(କେନ୍ଯୁଜ୍):  ଦେବଦୂତ ସାଜିଲେ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ l sdpo ଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ଦୀର୍ଘ ସମୟ ଧରି ଦୁର୍ଘଟଣାରେ ଚାପି ହୋଇ ରହିଥିବା ଜଣେ ଡ୍ରାଇଭରଙ୍କ ଜୀବନ ବଞ୍ଚି ଯାଇଛି l ଏବେ ଉଦ୍ଧାର ଡ୍ରାଇଭର ଜଣକ ସୁସ୍ଥ ଥିବା ବେଳେ ଜିଲ୍ଲା ଚିକିତ୍ସାଲୟରେ ଚିକିତ୍ସିତ ହେଉଛନ୍ତି l କନ୍ଧମାଳ ଜିଲ୍ଲା କେ.ନୂଆଗାଁ ଥାନା କନ୍ଦିବନ୍ଧା ନିକଟରେ ଥିବା ଘାଟିରେ ଭାରସାମ୍ୟ ହରାଇ ଏକ ଚିପ୍ସ ବୋଝଇ ହ୍ୱାଇଓ୍ୱା ଓଲଟି ଯାଇଥିଲା l ଗାଡିଟି ଦୁର୍ଘଟଣା ଗସ୍ତ ହେବା ସହ ଗାଡି ଭିତରେ ଡ୍ରାଇଭର ଜଣକ ଏକ କାଠ ଗଣ୍ଡି ଓ ସ୍ଟେରିଙ୍ଗ ମଧ୍ୟରେ ଚାପି ହୋଇ ରହିଯାଇଥିଲେ l କରୋନା ପାଇଁ ସଟଡାଉନ୍ ନେଇ ଗାଡି ମୋଟର ବନ୍ଦ ଥିବା ବେଳେ ଏନ.ଏଚ ୫୯ ରାସ୍ତାଟି ସମ୍ପୂର୍ଣ୍ଣ ଶୂନଶାନ୍ ହୋଇ ପଡିଥିଲା l ସୌଭାଗ୍ୟବଶତଃ ଜଣେ ବାଇକ ଚାଳକ ଘଟଣା ସମ୍ପର୍କରେ ବାଲିଗୁଡା sdpo ଙ୍କୁ ଜଣାଇଥିଲେ l ଯାହାକୁ ଅତି ସମ୍ବେଦନ ସହ ଗୁରୁତ୍ୱ ଦେଇ ତତକ୍ଷଣାତ୍ ନିଜେ ସେଠାରେ ପହଞ୍ଚି ତ୍ୱରିତ ପଦକ୍ଷେପ ନେଇଥିଲେ l

baligudaଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଓ କେ.ନୂଆଗାଁ ପୋଲିସ ଉପସ୍ଥିତ ରହିଥିବା ବେଳେ ଜେସିବି ଦ୍ୱାରା ଅତି ସମ୍ବେଦନ ଯତ୍ନର ସହ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି l ତେବେ ଏଭଳି ସ୍ଥିତିରେ ନିଛାଟିଆ ଘାଟି ରାସ୍ତାର ଘଞ୍ଚ ଜଙ୍ଗଲ ମଧ୍ୟରେ ଜୀବନ ବଞ୍ଚିଥିବାରୁ ଡ୍ରାଇଭର ବେଦ ପ୍ରକାଶ ବାଲିଗୁଡା sdpo, କେ.ନୂଆଗାଁ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ର କର୍ମଚାରୀଙ୍କ ଦାୟିତ୍ୱକୁ ନେଇ ଧନ୍ୟବାଦ ଜଣାଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.