Moto One Fusion + ସେଲ୍‌ ଆଜି ପୁଣି ଥରେ ହେବ ଆରମ୍ଭ, ଫ୍ଲିପ୍‌କାର୍ଟରୁ ଏମିତି ସହଜରେ କିଣନ୍ତୁ ଏହି ସ୍ମାର୍ଟଫୋନ

ପପ ଅପ ସେଲ୍ଫି କ୍ୟାମେରା ସହ Moto One Fusion + ସ୍ମାର୍ଟଫୋନ ଭାରତରେ ଆରମ୍ଭ ହୋଇଥିଲା। ଆଜି ପୁଣିଥରେ ଏହି ଫୋନର ସେଲ ଫ୍ଲିପକାର୍ଟରେ ଆରମ୍ଭ ହେବାକୁ ଯାଉଛି। ଆଜି ଦିନ ୧୨ଟାରୁ ଏହି ଫୋନର ସେଲ୍‌ ଆରମ୍ଭ ହେବ। ଗ୍ରାହକ ଏହି ଫୋନ କିଣିବାରେ ବମ୍ପର କ୍ୟାଶବ୍ୟାକ୍ ଏବଂ ଡିସକାଉଣ୍ଟ ମିଳୁଥିଲା। ଯଦି ପୂର୍ବଥର ଆପଣ ଫୋନ କିଣିପାରିନାହାନ୍ତି ତେବେ ଆଜି ଏହି ଫୋନ କିଣିବାର ସୁବର୍ଣ୍ଣ ସୁଯୋଗ ରହିଛି। ଫୋନର ଡିମାଣ୍ଡ ଦେଖି କମ୍ପାନୀ ଏହାର ମୂଲ୍ୟ ୫୦୦ ଟଙ୍କା ବଢାଇଦେଇଛି। ଏବେ ଏହି ମୋବାଇଲର ମୂଲ୍ୟ ୧୭୪୯୯ ଟଙ୍କା ରହିଛି।

କମ୍ପାନୀ ଏହି ଫୋନରେ 6.5 ଇଞ୍ଚ ଫୁଲ ଏଚଡି ଡିସପ୍ଲେ ପ୍ରଦାନ କରିଛି। ଆଉ ମଧ୍ୟ ଏହି ଫୋନରେ ଗ୍ରାହକଙ୍କୁ IPS LCD ସମେତ 1080p + ରିଜୋଲୁସନ ଓ HDR10 ସୁବିଧା ମିଳିପାରିବ । ଫୋନର ସେଲ୍ଫି କ୍ୟାମେରା ଦୃଷ୍ଟିରୁ ଦେଖିଲେ ଏଥିରେ ୧୬ MP ସେନ୍ସର କ୍ୟାମେରା ଥିବା ସହ ଦରକାର ସମୟରେ ଏହାକୁ ବଢାଯାଇ ପାରିବ । ଆଉ ଫୋନର ପଛପଟରେ ସୁରକ୍ଷା ଦୃଷ୍ଟିରୁ ଏଥିରେ ଏକ ଫିଙ୍ଗର ପ୍ରିଣ୍ଟ ରିଡ଼ର ସୁବିଧା ମଧ୍ୟ ଦିଆଯାଇଛି ।

phone

ଏହି ଫୋନରେ ୫ ହଜାର ଏମଏଏଚ ବ୍ୟାଟେରୀ କ୍ଷମତା ସହିତ ଦମଦାର ପ୍ରୋସେସର ସପୋର୍ଟ ମଧ୍ୟ ରହିଛି । ଏଥିରେ ୟୁଜର ମାନଙ୍କୁ ୩୨ MP ପପ -ଅପ ସେଲ୍ଫି କ୍ୟାମେରା ସୁବିଧା ବି ମିଳିପାରିବ । ବ୍ୟାକରେ ଥିବା ଫୋନର ମେନ କ୍ୟାମେରାରେ ୬୪MP ସେନ୍ସର ସୁବିଧା ଦିଆଯାଇଛି । ଏହା ସହ ଏହି ସେଟରେ 8 MP ଅଲଟ୍ରାୱାଇଡ – ଆଙ୍ଗଲ, ୫ MPର ମାକ୍ରୋ କ୍ୟାମ ସହ 2 MPର ଡେ଼ପଥ ସେନ୍ସର ସୁବିଧା ବି ମିଳିପାରିବ ।

phone-4

Motorola One Fusion+ ଫୋନ ସ୍ନାପଡ୍ରାଗନ ୭୩୦ ଦ୍ୱାରା ପାୱାର ପାଇ ପାରିବ । ଏହା ବାଦ ଏହି ସେଟରେ 6GB ରାମ ସମେତ ୧୨୮ GBର ଷ୍ଟୋରେଜ ସୁବିଧା ବି ଦିଆଯାଇଛି । ଏହି ସ୍ମାର୍ଟଫୋନର ଓଜନ ମାତ୍ର ୨୧୦ ଗ୍ରାମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.