ଆଜି ରାଜ୍ୟରେ ୬୪୨ କରୋନା ଆକ୍ରାନ୍ତ ଚିହ୍ନଟ, ଗଲା ୧୪ ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୬୪୨ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୭୪ ଜଣ କ୍ୱାରେଣ୍ଟାଇନରୁ ଏବଂ ୨୬୮ ଲୋକାଲ୍ କେସରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ଯରେ ମୋଟ୍ ପଜିଟିଭ୍ ସଂଖ୍ଯା ୩,୧୫,୨୭୧ ରେ ପହଁଚିଥିବାବେଳେ, ୩,୦୬,୭୨୬ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି। ଏହାସହିତ ଏବେବି ରାଜ୍ଯରେ ୬୮୨୧ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସେହିପରି ରାଜ୍ୟରେ ଆଜି ୧୪ଜଣଙ୍କ ଜୀବନ ନେଇଛି ମରାତ୍ମକ କରୋନା ଭାଇରସ୍। ଏହାକୁ ମିଶାଇ ରାଜ୍ଯରେ ମୋଟ୍ ମୃତକଙ୍କ ସଂଖ୍ଯା ୧,୬୭୧ରେ ପହଁଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.