ଆଜି ରାଜ୍ଯରେ ୬୪୭ କରୋନା ପଜିଟିଭ୍ ଚିହ୍ନଟ: କ୍ବାରେଣ୍ଟାଇନରୁ ୪୩୧ ଏବଂ ଲୋକାଲ୍ କେସରୁ ୨୧୬ଜଣ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରୁ ୬୪୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୪୩୧ ଏବଂ ଲୋକାଲ୍ କେସରୁ ୨୧୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ମୋଟ୍ ପଜିଟିଭଙ୍କ ସଂଖ୍ଯା ୧୮୭୫୭ ରେ ପହଁଚିଛି ।

ଚିହ୍ନଟ ପଜିଟିଭ୍ ମାନଙ୍କ ଭିତରେ ଅନୁଗୁଳରୁ ୩୭, ବାଲେଶ୍ବରରୁ ୪୦, ବରଗଡରୁ ୪, ଭଦ୍ରକରୁ ୧୨, ବଲାଙ୍ଗିରରୁ ୫, କଟକରୁ ୮୪, ଢେଙ୍କାନାଳରୁ ୧୦, ଗଞ୍ଜାମରୁ ୨୨୫, ଜମତସିଂହପୁରରୁ ୭, ଯାଜପୁରରୁ ୨, କନ୍ଧମାଳରୁ ୫, କେନ୍ଦ୍ରାପଡାରୁ ୧୩, ଖୋର୍ଦ୍ଧାରୁ ୬୮, କେନ୍ଦୁଝରରୁ ୮, କୋରାପୁଟରୁ ୨୮, ମାଲକାନଗିରିରୁ ୧୦, ମୟୁରଭଞ୍ଜରୁ ୩, ନବରଙ୍ଗପୁରରୁ ୨ , ନୟାଗଡରୁ ୪, ରାୟଗଡାରୁ ୪୭ ଏବଂ ସମ୍ବଲପୁରୁ ୧୦ଜଣ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.