Below header

ବ୍ଲାକ ଫଙ୍ଗସ ପରେ ଏବେ ସାମ୍ନାକୁ ଆସିଲା ହ୍ଵାଇଟ ଫଙ୍ଗସ! ଜାଣନ୍ତୁ ଏହା ଶରୀରକୁ କେମିତି କରିଥାଏ ଆକ୍ରମଣ

କରୋନା ଭାଇରସ ମହାମାରୀ ଭିତରେ ବିହାରରେ ବ୍ଲାକ ଫଙ୍ଗସ ମାମଲା ଦ୍ରୁତ ଗତିରେ ମାଡ଼ି ଚାଲିଛି। ସେଥିରେ ପୁଣି ଏବେ ହ୍ଵାଇଟ ଫଙ୍ଗସ ମିଳିବା ଘଟଣା ଏକ ଭୟର ବାତାବରଣ ସୃଷ୍ଟି କରିଛି। ବିହାରର ରାଜଧାନୀ ପାଟନାରେ ହ୍ଵାଇଟ ଫଙ୍ଗସର ୪ ରୋଗୀ ସାମ୍ନାକୁ ଆସିଛନ୍ତି। ସଂକ୍ରମିତ ରୋଗୀଙ୍କ ମଧ୍ୟରେ ପାଟନାର ଜଣେ ଜଣାଶୁଣା ସ୍ପେଶାଲିଷ୍ଟ ମଧ୍ୟ ସାମିଲ ଅଛନ୍ତି।

ବ୍ଲାକ ଫଙ୍ଗସରୁ ଅଧିକ ଭୟଙ୍କର ହ୍ଵାଇଟ ଫଙ୍ଗସ

ଏହି ରୋଗ ବ୍ଲାକ ଫଙ୍ଗସରୁ ବି ଅଧିକ ଭୟଙ୍କର ବୋଲି କୁହାଯାଉଛି। କୁହାଯାଉଛି କି, ହ୍ଵାଇଟ ଫଙ୍ଗସରେ ବି କରୋନା ଭଳି ଫୁସଫୁସ ସଂକ୍ରମିତ ହେଉଛି। ଏହା ଶରୀରର ଅନ୍ୟାନ୍ୟ ଅଙ୍ଗ ଯେପରି ନଖ, ସ୍କିନ, ପେଟ, କିଡନୀ, ବ୍ରେନ, ପ୍ରାଇଭେଟ ପାର୍ଟ ଏବଂ ମୁଁହ ଭିତରେ ସଂକ୍ରମଣ କରିପାରିଥାଏ।

ହ୍ଵାଇଟ ଫଙ୍ଗସ ରୋଗୀଙ୍କ ବିଷୟରେ କେମିତି ଜଣାପଡ଼ିଲା

PMCHର ମାଇକ୍ରୋବାୟୋଲୋଜି ଡିପାର୍ଟମେଣ୍ଟର ହେଡ ଡାକ୍ତର ଏସଏନ ସିଂଙ୍କ ସୂଚନା ଅନୁସାରେ, ୪ ରୋଗୀଙ୍କଠାରେ କରୋନା ଭଳି ଲକ୍ଷଣ ଦେଖାଯାଇଥିଲା। କିନ୍ତୁ ସେମାନଙ୍କୁ କରୋନା ନ ଥିଲା। ସମସ୍ତଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଥିଲା। ଟେଷ୍ଟ କରାଇବା ପରେ ଏହି କଥାର ଖୁଲାସା ହୋଇଥିଲା କି, ସମସ୍ତେ ହ୍ଵାଇଟ ଫଙ୍ଗସରେ ସଂକ୍ରମିତ ଅଛନ୍ତି।

ଭଲ ଖବର ଯେ ଆଣ୍ଟି ଫଙ୍ଗଲ ଔଷଧ ଦେବା ଦ୍ୱାରା ୪ ରୋଗୀ ଠିକ ହୋଇଯାଇଛନ୍ତି। ଡାକ୍ତରଙ୍କ ମୁତାବକ, HRCT କରେଇବା ପରେ ରୋଗୀଠାରେ କରୋନା ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ। ହ୍ଵାଇଟ ଫଙ୍ଗସ ବିଷୟରେ ଜାଣିବା ପାଇଁ Mucus Cultureର ଯାଞ୍ଚ ଜରୁରୀ। ସେ ଆହୁରି କହିଥିଲେ କି, ହ୍ଵାଇଟ ଫଙ୍ଗସ ବି ଇମ୍ୟୁନିଟିକୁ କମ କରିଦେଇଥାଏ। ଯେଉଁମାନେ ଡାଇବେଟିସ ରୋଗୀ କିମ୍ବା ଲମ୍ବା ସମୟ ଧରି ଷ୍ଟେରୟଡ ଔଷଧ ଖାଉଛନ୍ତି, ସେମାନଙ୍କ ପାଇଁ ଏହା ଅଧିକ ବିପଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.