Below header

ବଢୁଛି ସୁସ୍ଥତା ହାର: ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୬୮୭ ଜଣ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ବଢୁଛି ସୁସ୍ଥତା ହାର। ଆଜି ଆଉ ୬୮୭ ଜଣ ସୁସ୍ଥ ହୋଇଥିବାର ଟ୍ବିଟ କରି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ । ଗଞ୍ଜାମରୁ ସର୍ବାଧିକ ୩୦୭ ଜଣ ସୁସ୍ଥ ହୋଇଥିବା ବେଳେ ଜଗତସିଂହପୁରରୁ ୫୯, ଭଦ୍ରାଙ୍କରୁ ୫୨, ନୟାଗଡ଼ରୁ ୩୫, ଝାରସୁଗୁଡାରୁ ୩୦, ଯାଜପୁରରୁ ୨୫, କଟକରୁ ୨୪, ଗଜପତିରୁ ୨୩, ମାଲକାନଗିରିରୁ ୧୮, କୋରାପୁଟରୁ ୧୭, କନ୍ଧମାଳରୁ ୧୬, କେନ୍ଦୁଝରରୁ ୧୪, ବରଗଡ଼ରୁ ୧୨, ରାୟଗଡାରୁ ୧୦, ଅନୁଗୁଳରୁ ୫ ଜଣ, ନବରଙ୍ଗପୁରରୁ ୩, କଳାହାଣ୍ଡିରୁ ୨, ବଲାଙ୍ଗୀର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବାଲେଶ୍ଵର, କେନ୍ଦ୍ରାପଡା ଓ ସମ୍ବଲପୁରରୁ ୧୧ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ତେବେ ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ପହଞ୍ଚିଲା ୧୮୦୬୦ରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.