ଚାଷ ଜମିରେ ତଳି ଜଗାଇବା ବେଳେ ବଜ୍ରାଘାତ, ୩ ମହିଳା ମୃତ ଜଣେ ଗୁରୁତର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସଦର ଥାନା ବଡ ତେଲେନ ପାଲି ଗାଁ ରେ ବଜ୍ରାଘାତରେ ୩ ମୃତ । ଏକ ଚାଷ ଜମିରେ ତଳି ଜଗାଇବା ବେଳେ ବଜ୍ରାଘାତରେ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ଜଶୋବନ୍ତୀ ଶବର, ବିଲାଷିନି ରାଉତ ଓ ପ୍ରମୋଦିନି ଧରୁଆ । ସିମା ଧରୁଆ ନାମକ ଜଣେ ଯୁବତୀଙ୍କୁ ଗୁତୁଚାର ଅବସ୍ଥାରେ ବଲାଙ୍ଗିର ଭିମଭୋଇ ମେଡିଲାକ କଲେଜ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ୨୭ ଜଣ ମହିଲା ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ହୋଇଥିଲା । ଘଟଣା ସ୍ଥଲରେ ସଦର ପୋଲିସ ପହଂଚି ତଦନ୍ତ ଜାରୀ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.