Below header

ଆମେରିକା ପ୍ରସ୍ତୁତ କରିବ କରୋନାର ପ୍ରଥମ ବଟିକା, ଖର୍ଚ୍ଚ କରିବ ୩.୨ ଆରବ ଡଲାର

ଓ୍ଵାଶିଂଟନ :  କରୋନା ଚିକିତ୍ସା ପାଇଁ ଟିକା ବଦଳରେ ପ୍ରଥମ ଥର ପାଇଁ ବଟିକା ପ୍ରସ୍ତୁତ କରିବାକୁ ଯାଉଛି ଆମେରିକା । ବିଶ୍ୱର ପ୍ରଥମ ଦେଶ ଭାବେ ଆମେରିକା କରୋନା ବଟିକା ପ୍ରସ୍ତୁତ କରିବାକୁ ଯାଉଛି । ଏଥିପାଇଁ ୩.୨ ଆରବ ଡଲାର ଖର୍ଚ୍ଚ କରିବାକୁ ଯାଉଛି ଆମେରିକା । ଯଦି ଆମେରିକା ଏଥିରେ ସଫଳ ହୁଏ ତେବେ କରୋନା ବଟିକା କାଢ଼ିବାରେ ଏହା ହେବ ପ୍ରଥମ ଦେଶ ।

ଏହି ବଟିକାର ଖାସ୍‌ କାମ ହେଉଛି ରୋଗ ହେବା ପୂର୍ବରୁ ରୋଗକୁ ନିଷ୍କ୍ରିୟ କରିଦେବ :

ଏବେ ଟିକାକୁ ବଟିକା ରୂପରେ କ୍ଲିନିକାଲ ଟ୍ରାଏଲ କରିବାକୁ ଯୋଜନା କରୁଛି ଆମେରିକା । ଏଥିପାଇଁ ୩.୨ ଆରବ ଡଲାର ଖର୍ଚ୍ଚ କରାଯିବା ବୋଲି ରାଷ୍ଟ୍ରପତି ବାଇଡେନଙ୍କ ମୁଖପାତ୍ର କହିଛନ୍ତି । ଏଥିପାଇଁ ଆମେରିକା ବିଭିନ୍ନ ମେଡିସିନର କ୍ଲିନିକାଲ ଟ୍ରାଏଲ କାମ ବଢ଼ାଇ ଦେଇଛି । କୌଣସି କରୋନା ରୋଗୀ ଗମ୍ଭୀର ଭାବେ ସଂକ୍ରମିତ ହେବା ଆଗରୁ ଏହି ବଟିକା ଭୁତାଣୁକୁ ନିଷ୍କ୍ରିୟ କରିଦେବ ।

ଏହି ଟ୍ରାଏଲ ଯଦି ସଫଳ ହୁଏ ତେବେ ବିଶ୍ୱରେ ପ୍ରଥମ ଥର ପାଇଁ ଏପରି ବଟିକା କରୋନା ରୋଗୀଙ୍କ ସେବାରେ ଲାଗିବ ବୋଲି ବାଇଡେନ୍‌ ପ୍ରଶାସନ ପକ୍ଷରୁ ପ୍ରକାଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.