କନ୍ଧମାଳ: ଅନଲାଇନ କ୍ଲାସ ବେଳେ ଫାଟିଲା ମୋବାଇଲ, ଅଳ୍ପକେ ବର୍ତ୍ତିଲେ ଛାତ୍ର

ଫୁଲବାଣୀ(କେନ୍ୟୁଜ୍):  ଅନଲାଇନ ପାଠ ପଢିବା ବେଳେ ଅଘଟଣା, ଫାଟିଲା  ମୋବାଇଲ । ଅଳ୍ପକେ ବଞ୍ଚିଲେ ଫୁଲବାଣୀର ପବ୍ଲିକ ସ୍କୁଲର ନବମ ଶ୍ରେଣୀର ଛାତ୍ର ସାତ୍ତ୍ବିକ‌ ପଟ୍ଟନାୟକ । ଅନ ଲାଇନ କ୍ଳାସ ସାରି ପାଖରେ ଥିବା ଖଟ ଉପରେ ମୋବାଇଲ ରଖିଥିବା ବେଳେ ହଠାତ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ପରେ ଆସି ଦେଖନ୍ତେ ମୋବାଇଲଟି ଫଟି ନିଆଁ ଲାଗିଯାଇଛି ।

mobli blast

ଛାତ୍ରଟି ପାଟିକରିବାରୁ ତାଙ୍କ ମା ଓ ଆଇ ଦଉଡି ଆସି ପାଣି ପକାଇ ମୋବାଇଲ ଟିକୁ ଲିଭାଇଥିଲେ । ବର୍ତ୍ତମାନ ପରିସ୍ଥିତିରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମୋବାଇଲରେ ଅନଲାଇନ ପାଠ ପଢା ଏକମାତ୍ର ସାଧନ ଥିଲାବେଳେ ବହୁତ ସମୟ ମୋବାଇଲ ବ୍ଯବହାର ପିଲା ମାନଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପଡିଛି । କିନ୍ତୁ ପାଠ ପଢିବା ପାଇଁ ଅନ୍ଯ ରାସ୍ତା ନଥିବାରୁ ବାଧ୍ୟ ହୋଇ ପିଲା ମାନଙ୍କୁ ଅଭିଭାବକ ମାନେ ମୋବାଇଲ ଦେବାକୁ ବାଧ୍ୟ ହେଉଛନ୍ତି  ବୋଲି ସାତ୍ତ୍ବିକଙ୍କ ବାପା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.