Below header

ଆସନ୍ତା ବର୍ଷ ସୁଦ୍ଧା ଭାରତୀୟ ବାୟୁ ସେନାରେ ସାମିଲ୍‌ ହେବ ୩୬ ରାଫେଲ୍‌ ବିମାନ

ହାଇଦ୍ରାବାଦ : ଭାରତୀୟ ବାୟୁସେନାରେ ୨୦୨୨ ସୁଦ୍ଧା ୩୬ ଟି ଲଢ଼ୁଆ ରାଫେଲ ବିମାନ ସାମିଲ ହେବ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ଆର୍‌ କେ ଏସ୍‌ ଭଦୋରିଆ । ଫ୍ରାନ୍ସରୁ ରାଫେଲ କିଣିବା ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଶନିବାର ଶ୍ରୀ ଭଦୋରିଆ ଏହା କହିଛନ୍ତି । କରୋନା ମହାମାରୀ ଯୋଗୁ ଗୋଟିଏ ଦୁଇଟି ଏୟାରକ୍ରାପ୍ଟକୁ ଛାଡ଼ି ଅନ୍ୟ ସବୁ ଏୟାରକ୍ରାପ୍ଟ ସମୟ ପୂର୍ବରୁ ଆସିଯିବ ବୋଲି ବାୟୁସେନା ମୁଖ୍ୟ କହିଛନ୍ତି ।

୨୦୧୬ ରେ ଭାରତ ଫ୍ରାନ୍ସ ସହ ୫୯୦୦୦ କୋଟି ଟଙ୍କାର ୩୬ ଟି ରାଫେଲ ଲଢ଼ୁଆ ବିମାନ ପାଇଁ ଚୁକ୍ତି ହୋଇଥିଲା । ଦେଶରେ ବଢ଼ୁଥିବା ସୁରକ୍ଷା ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ତାର ସାମର୍ଥ୍ୟ ଦ୍ରୁତ ଗତିରେ ବଢ଼ାଉଛି ବୋଲି ବାୟୁସେନା ମୁଖ୍ୟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.