ବ୍ରେନ ଷ୍ଟ୍ରୋକ ସହ ଅନ୍ୟାନ୍ୟ ଶାରୀରିକ ସମସ୍ୟାକୁ ଦୂର କରେ ଲିଚୁ କୋଳି, ଜାଣନ୍ତୁ ଫାଇଦା

ଖରାଦିନରେ ଲିଚୁକୋଳି ଖାଇବା ଖୁବ ଭଲ ଲାଗିଥାଏ । ଏହା କେବଳ ସ୍ୱାଦିଷ୍ଟ ହୋଇନଥାଏ ବରଂ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ । ଏହି ଫଳରେ ଅନେକ ପୋଷକ ତ୍ତ୍ୱ ଭରି ରହିଥାଏ । ଇମ୍ୟୁନିଟି ପାୱାର ବଢ଼ାଇବା ସହ ଓଜନ ହ୍ରାସ ପର୍ଯ୍ୟନ୍ତ ସବୁକିଛି ଲିଚୁ କୋଳି ଦ୍ୱାରା ସମ୍ଭବ ହୋଇଥାଏ । ଚାଲନ୍ତୁ ଜାଣିବା ଏହାର ଫାଇଦା ସମ୍ପର୍କରେ ।

– ଫ୍ରି ରେଡିକଲ୍ସ ଖରାପ ହେବା ଦ୍ୱାରା ଶରୀରରେ ଅନେକ ରୋଗ ହୋଇଥାଏ ।ତେବେ ଏହାକୁ ଖରାପ ହେବାରୁ ଲିଚୁ କୋଳି ସାହାଯ୍ୟ କରିଥାଏ । ଏଥିରେ ଭିଟାମିନ ସି ଏବଂ ଫ୍ଲେବୋନାଇଡ ଭରପୂର ମାତ୍ରାରେ ରହିଥାଏ । ଯାହାଦ୍ୱାରା ଫ୍ରି ରେଡିକଲ୍ସ ଖରାପ ହେବାରୁ ରକ୍ଷା ପାଇଥାଏ । କ୍ୟାନସର ଓ ଅର୍ଥରାଇଟସ୍ ଭଳି ସମସ୍ୟାକୁ ଦୂର କରିଥାଏ ।

– ଭିଟାମିନ ସି କାରଣରୁ ଶରୀରରେ ଇମ୍ୟୁନିଟି ପାୱାରକୁ ଏହା ବଢ଼ାଇଥାଏ ।ସଂକ୍ରମଣରୁ ରକ୍ଷା କରିଥାଏ ।ଧଳା ରକ୍ତ କୋଶିକାର ଉତ୍ପାଦନକୁ ବଢ଼ାଇଥାଏ ।

– ଏଥିରେ ସୋଡିୟମ ଏବଂ କୋଲେଷ୍ଟ୍ରଲ ନଥାଏ ।ତେଣୁ ଏହା ହାର୍ଟ ଷ୍ଟ୍ରୋକ ଓ ବ୍ରେନ ଷ୍ଟ୍ରୋକ ଭଳି ସମସ୍ୟାଠୁ ଆମକୁ ରକ୍ଷା କରିଥାଏ ।

– ଶରୀରରେ ମେଟାବୋଲିଜିମକୁ ନିୟନ୍ତ୍ରିତ ରଖିଥାଏ । ଏହାସହ ଓଜନ ହ୍ରାସ ମଧ୍ୟ ସହଜରେ ହୋଇଥାଏ । ଶରୀରରେ ଥିବା ଅତ୍ୟଧିକ ଚର୍ବିକୁ କମାଇଥାଏ ।

– ଶରୀରକୁ ହାଇଡ୍ରେଟ ରଖିବା ସହ ଥଣ୍ଡାରୁ ରକ୍ଷା କରିଥାଏ ଏହି ଫଳ । ଏହାର ରସ ଶରୀର ପାଇଁ ହୋଇଥାଏ ଖୁବ ଲାଭଦାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.