ତେଲେଙ୍ଗାନାର ଅଜବ ବିବାହ, ପ୍ରେମରେ ପଡି ଜଣେ ଯୁବକ ୨ ଯୁବତୀଙ୍କୁ କଲେ ଏକାସାଙ୍ଗେ ବିବାହ

ତେଲେଙ୍ଗାନା(କେନ୍ୟୁଜ): ସାଧାରଣରେ ବିବାହ ୨ ଜଣଙ୍କ ମଧ୍ୟରେ ହୋଇଥାଏ । କିନ୍ତୁ ବେଳେବେଳେ ଏମିତି କିଛି ଖବର ସାମ୍ନାକୁ ଆସେ ଯାହାକୁ ଶୁଣିବା ଦ୍ୱାରା ବିଶ୍ୱାସ କରିବା ଅସମ୍ଭବ ହୋଇଯାଏ । ଏଠାରେ ବିବାହ ହୋଇଛି କିନ୍ତୁ ଜଣେ ବର ୨ଟି କନ୍ୟାଙ୍କୁ ବିବାହ କରିଛି । ଗୋଟିଏ ମଣ୍ଡପରେ ହୋଇଛି ୨ଟି କନ୍ୟାଙ୍କ ବିବାହ ।

ବିିବାହ ମଣ୍ଡପରେ ୨ କନ୍ୟାଙ୍କୁ ବିବାହ କରିଛନ୍ତି ଗୋଟିଏ ବର । ଏହି ଘଟଣା ତେଲେଙ୍ଗାନାରେ ଦେଖିବାକୁ ମିଳିଛି । ଏଠାରେ ଖୁସି ଖୁସିରେ ୨ କନ୍ୟାଙ୍କୁ ବିବାହ କରିଛନ୍ତି ଏହି ବର ଜଣକ । ଆଉ କାରଣ ଜାଣିଲେ ହୋଇଯିବେ ଆପଣ ଆଶ୍ଚର୍ଯ୍ୟ । ବର ଜଣକ ନାମ ହେଉଛି ଅର୍ଜୁନ, ଯିଏ ୨ଟି କନ୍ୟାଙ୍କୁ ଏକାସମୟରେ ଭଲ ପାଇ ବସିଥିଲେ । ଶେଷରେ ୨ ଜଣଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ମଧ୍ୟ ନେଲେ ।

2526
pc: aajtak

ଏହି ଖବର ଜାଣିଲା ପରେ ପ୍ରେମିକା ମାନେ ମଧ୍ୟ ଖୁସି ଖୁସି ରାଜି ହୋଇଗଲେ । ପରେ ଏହି ମାସ ୧୪ ତାରିଖରେ ଏଭଳି ଅନୋଖା ବିବାହ ହୋଇଥିଲା । ଅନ୍ତୁରର ଘନପୁର ଅଞ୍ଚଳରେ ଏହି ବିବାହ ହୋଇଥିଲା । ଯାହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା । ସୂଚନା ଅନୁଯାୟୀ କନ୍ୟା ଦୁହିଁଙ୍କ ନାମ ଉଷାରାଣୀ ଓ ସୁରେଖା ଥିଲା । ଗତ ୪ ବର୍ଷରୁ ସେ ଏହି ଦୁହିଁଙ୍କୁ ଡେଟ କରି ଆସୁଥିଲା । ଦୁଇ ପ୍ରେମିକାକୁ ଛାଡିବାକୁ ଅରାଜି ହେବା ପରେ ଶେଷରେ ୨ ଜଣଙ୍କୁ ବିବାହ କରିଥିଲା । ଘର ପରିବାର ମଧ୍ୟ ଏହି ପ୍ରସ୍ତାବରେ ରାଜି ହେଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.