କରୋନାରେ ବେରୋଜଗାର ହେବା କାରଣରୁ ରିଟେଲ ଷ୍ଟୋରରେ ହେଲା ଚୋରୀ, ଭିଡିଓ ହେଲା ଭାଇରାଲ

କେବେ ଭାବିଛନ୍ତି ଆପଣଙ୍କ ସାମ୍ନାରୁ ଜଣେ ଚୋରୀ କରି ପଳାଇବ । କିନ୍ତୁ ଆପଣ କିଛି କରିପାରିବେ ନାହିଁ । ଅସହାୟ ଭଳି ଛିଡା ହୋଇଥିବେ । ଆଜ୍ଞା ହଁ, କଥା ଟା ଅଜବ ଲାଗୁଥିଲେ ମଧ୍ୟ ଏଭଳି ଘଟଣା ପ୍ରକୃତରେ ଘଟିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଏହି ଘଟଣାଟି ଆମେରିକାର ସାନଫ୍ରାନସିକୋ ଏରିଆର । ଏଠାରେ ଦିନ ଦ୍ୱିପହରରେ ଜଣେ ଚୋର ଗ୍ରୋସରି ଆଣ୍ଡ ଫୁଡ ଷ୍ଟୋରରୁ ଜିନିଷ ଚୋରୀ କରି ନେଇ ପଳାଇଲା । ଯାହା ସିସି ଟିଭିରେ କଏଦ ହୋଇଥିଲା । ଏହି ରିଟେଲ ଷ୍ଟୋରର ନାମ ବାଲଗ୍ରିନ୍ସ । ଆମେରିକାର ସୁବଠୁ ଦାମୀ ଷ୍ଟୋର । ଏହି ଭିଡିଓରେ ଚୋରଟି ସାଇକେଲରେ ସବୁ ଜିନିଷ ଚୋରି କରି ଯାଉଥିବାର ଦେଖିବାକୁ ମିଳିଛି । ଦେଖନ୍ତୁ ଏହି ଭିଡିଓ..

ସେଠାରେ ଉପସ୍ଥିତ ଥିବା ଅନେକ ଲୋକ ଏହାକୁ ସୁଟ କରିଥିଲେ । ତେବେ ଏହି ଭିଡିଓକୁ ୫୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ୫ହଜାରରୁ ଅଧିକ ଲୋକ ଏଥିରେ କମେଣ୍ଟ ଦେଇଛନ୍ତି । ତେବେ କରୋନା କାଳରେ ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ବେରୋଜଗାର ହେବାର ମାତ୍ରା ବଢ଼ିଯାଇଛି । ଯାହା କାରଣରୁ ଏଭଳି ସମସ୍ୟା ଦେଖିବାକୁ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.