Below header

ଚୀନ୍‌ ବିରୋଧରେ ଆମେରିକାର କଲା ୨୦ ଟ୍ରିଲିୟନ୍‌ର କ୍ଷତିପୂରଣ ମକଦ୍ଦମ, ଅଭିଯୋଗ ରହିଛି ଜାଣିଶୁଣି ଛାଡ଼ିଛି କରୋନା ଭାଇରସ୍‌

ନୂଆଦିଲ୍ଲୀ : ପୂର୍ବରୁ ଯାହା ଚର୍ଚ୍ଚା ଚାଲୁଥିଲା, ଯାହା ଶୁଣା ହେଉଥିଲା ଏବେ ସେକଥା ସତ ହୋଇଛି । ଆମେରିକାର ଏକ କମ୍ପାନୀ ଚୀନ୍‌ ନାଁରେ ମକଦ୍ଦମା କରିଛି । ଆଉ ୨୦ ଟ୍ରିଲିୟନ୍‌ (୨୦ ଲକ୍ଷ କୋଟି ଡଲାର) କ୍ଷତିପୂରଣ ଦାବି କରିଛି । ଅଭିଯୋଗରେ ଏହି କମ୍ପାନୀ କହିଛି ଯେ ଚୀନ୍‌ ଜାଣିଶୁଣି କରୋନା ଭାଇରସ୍‌କୁ ଛାଡ଼ିଛି । କେବଳ ଆମେରିକାକୁ କ୍ଷତି ପହଞ୍ଚାଇବା ଥିଲା ଏହାର ଉଦ୍ଦେଶ୍ୟ ।
ଏହି ଆମେରିକୀୟ କମ୍ପାନୀ ଆହୁରି କହିଛି ଯେ ବୁହାନ୍‌ ସହରରେ ବାୟୋରୋଲଜି ଇନଷ୍ଟିଚ୍ୟୁଟ୍‌ ଏହି ଜୈବ ଅସ୍ତ୍ର ତିଆରି କରିଛି । ଏଥିରେ ଚୀନ୍‌ ସରକାର, ଚୀନ୍‌ ସେନା ଏବଂ ବାୟୋରୋଲଜି ଇନଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ସାମିଲ ଅଛନ୍ତି ।
ଆମେରିକା ଟେକ୍ସାସ୍‌ର ‘ବଜ୍‌ ଫଟୋଜ୍‌’ ନାମକ କମ୍ପାନୀ ଏସବୁ ଅଭିଯୋଗ କରି ଚୀନ୍‌ ବିରୋଧରେ ମାମଲା ରୁଜୁ କରିଛି ।

ବେଶ୍‌ କିଛି ଦିନ ହେଲା ଆମେରିକା ଓ ଚୀନ୍‌ ମଧ୍ୟରେ ବାଣିଜ୍ୟ କାରବାରକୁ ନେଇ ଉତ୍ତେଜନା ଲାଗି ରହିଥିଲା । ଏବେ କରୋନା ଭାଇରସ୍‌କୁ ନେଇ ଚାଲିଛି ବାକ୍‌ଯୁଦ୍ଧ । ଆମେରିକାର ଅନେକ ବରିଷ୍ଠ ଅଧିକାରୀ ସିଧାସଳଖ ଚୀନ୍‌ ବିରୋଧରେ ଜାଣିଶୁଣି କରୋନା ଭାଇରସ୍‌ ଛାଡ଼ିଥିବାର ଅଭିଯୋଗ ଆଣୁଛନ୍ତି । ଯାହାକୁ ଚୀନ୍‌ ପକ୍ଷରୁ ଖଣ୍ଡନ କରାଯାଉଛି । ଆମେରିକା କହିଛି ଯେ ଏଭଳି ସ୍ଥିତି ଉପୁଜିବା ପୂର୍ବରୁ ଚୀନ୍‌ ସମସ୍ତଙ୍କୁ ସତର୍କ କରିବାର ଥିଲା । ଏହାର ଉତ୍ତରରେ ଚୀନ୍‌ ସରକାର କହିଥିଲେ ଯେ ଆମେ ବି ଯଦି ଜାଣିଥାନ୍ତୁ ତାହାହେଲେ ଜଣାଇଥାନ୍ତୁ । ଅଯଥାରେ ଆମେରିକା ଆମକୁ ଦୋଷାରୋପ କରି ନିଜ ଦୋଷ ଘୋଡ଼ାଇବାକୁ ଚାହୁଁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.