ଧଳା କୋଟ୍‌ରେ ଥିବା ମଣିଷମାନେ ଭଗବାନଙ୍କ ରୂପ, ତାଙ୍କ ପ୍ରତି କୌଣସି ଅସଦ୍‌ ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ: ମୋଦି

କେନ୍ୟୁଜ୍(ବ୍ୟୁରୋ): ଧଳା କୋଟ୍‌ରେ ଥିବା ମଣିଷମାନେ ଭଗବାନଙ୍କ ରୂପ। କରୋନା ସହ ଲଢେଇରେ ସେମାନେ ସାମ୍ନାରେ ଅଛନ୍ତି। ତାଙ୍କ ପ୍ରତି କୌଣସି ଅସଦ୍‌ ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ। ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଭଗବାନଙ୍କ ଅବତାର ବୋଲି ମୋଦି କହିଛନ୍ତି। ଏଭଳି ଏକ ସଂକଟ ସମୟରେ ସେମାନେ ନିଜକୁ ବିପଦ ଭିତରକୁ ଠେଲି ଦେଇ ଆମ ପାଇଁ ଲଢୁଛନ୍ତି। ନିଜ ନିର୍ବାଚନମଣ୍ଡଳୀ ବାରଣାସୀରେ ଲୋକଙ୍କ ସହ ଆଲୋଚନା ବେଳେ ଏଭଳି କହିଛନ୍ତି ମୋଦି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.