Below header

ଆଜି ରାଜ୍ୟରୁ ସୁସ୍ଥ ହେଲେ ୧୯୧୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୪୫ ଜଣ

ଭୁବନେଶ୍ୱର (କେନ୍ୟୁଜ୍): ଆଜି ଶନିବାର ୩୦ ଜିଲ୍ଲାରୁ ଆଉ ୧୯୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥମାନଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୨ ଲକ୍ଷ ୭୫ ହଜାର ୭୪୯ ରେ ପହଞ୍ଚିଛି ବୋଲି ଟ୍ବିଟ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

 

ଆଜି ସୁସ୍ଥ ହୋଇଥିବା ୧୯୧୧ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୫ ଜଣ, କଟକରୁ ୧୫୩, ବଲାଙ୍ଗିରରୁ ୧୩୮, ସୁନ୍ଦରଗଡ଼ ୧୦୧, ମୟୁରଭଞ୍ଜ ୯୬, ଜଗତ୍‌ସିଂହପୁର ୮୧, ଅନୁଗୁଳ ଓ କଳାହାଣ୍ଡିରୁ ୭୮ ଲେଖାଏଁ, ନୂଆପଡା ୭୬, ବାଲେଶ୍ୱର ୭୪, ଯାଜପୁର ୭୨, କେନ୍ଦୁଝର ୭୧, ବରଗଡ଼ ୬୩, କେନ୍ଦ୍ରାପଡ଼ା ୫୨, ଭଦ୍ରକ,ପୁରୀ ଓ ସମ୍ବଲପୁରରୁ ୫୦ ଲେଖାଏଁ ଓ ଢ଼େଙ୍କାନାଳରୁ ୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।


ସେହିପରି ନବରଙ୍ଗପୁରରୁ ୪୫ ଜଣ, କୋରାପୁଟ ୪୨, ଝାରସୁଗୁଡା ୩୬, ନୟାଗଡ଼ ୩୩, ଗଞ୍ଜାମ ୨୬, ମାଲ୍‌କାନ୍‌ଗିରି ୨୫, କନ୍ଧମାଳ ୨୪, ସୋନପୁର ୨୦, ରାୟଗଡା ୧୬, ଦେଓଗଡ ୦୯, ଗଜପତି ୦୮, ବୈାଦ୍ଧ ୦୨ ଓ ରାଜ୍ୟ ପୁଲ୍‌ରୁ ୫୧ ଜଣ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.