ଚାରି ଦିନ ହେଲା ୭୦ପରିବାର ଅନ୍ଧାରରେ, ଲୋକଙ୍କୁ ନଜଣାଇ ବିଦ୍ୟୁତ ସଂଯୋଗ କାଟି ଦେଇଥିବା ଅଭିଯୋଗ

ଚାନ୍ଦବାଲି : ବିଦ୍ୟୁତ୍‌ ବିଭାଗ ଉପରେ ତାତିଛନ୍ତି ଲୋକେ । କାରଣ ୪ଦିନ ହେଲା ଅନ୍ଧାରରେ ରହିଛନ୍ତି ୭୦ପରିବାର । ରାତି ହେଲେ ଏବେ ସାହା ଭରସା ପାଲଟିଛି ଡିବିର ବତୀ । ବିଦ୍ୟୁତ ବିଭାଗର ଉପରିସ୍ଥ ଅଧିକାରୀ ହିତାଧିକାରୀଙ୍କୁ ନଜଣାଇ ବିଦ୍ୟୁତ କାଟ କରିଛନ୍ତି । ଏଭଳି ଅଭିଯୋଗ କରିଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଂଚାୟତର ସୁନ୍ଦରପୁର ହରିଜନ ସାହିର ଲୋକେ ।
ବିଜୁଳି ନଥିବାରୁ ସାହିର ପାଖାପାଖି ୫ଶହ ଲୋକେ ଅନ୍ଧାରରେ ରହୁଥିବା ବେଳେ ବହୁ ହଇରାଣ ହେଉଥିବାର ଅଭିଯୋଗ କରିଛନ୍ତି । ବିଦ୍ୟୁତ ବିଭାଗର ବିଲ୍‌ କଲେକସନ ଦାୟିତ୍ୱରେ ଥିବା କର୍ମଚାରୀ ପ୍ରତ୍ୟେକ ମାସ ବିଲ ଦେଇ ଟଙ୍କା ନେଇଥାନ୍ତି । ହେଲେ ଚଳିତ ମାସ ଏହି କର୍ମଚାରୀ ଲୋକଙ୍କୁ କେବଳ ବିଦ୍ୟୁତ ବିଲ ଦେଇ ଚାଲି ଯାଇଥିଲେ । ପରେ ହଠାତ ଆସି କାହାରିଙ୍କୁ ନଜଣାଇ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଦେଇଥିବା ଲୋକେ ଅଭିଯୋଗ କରିଛନ୍ତି । ପଚାରିଲେ ଉତ୍ତର ମିଳୁଛି, ଖୁଣ୍ଟିରେ ଅସୁବିଧା ଅଛି ଓ ସଜଡ଼ା ଯାଉଛି । ତୁମେ ଟଙ୍କା ନେଇ ଅଫିସରେ ଦାଖଲ କଲେ ଲାଇନ୍‌ ଯୋଡ଼ାଯିବ । ଆଶ୍ଚର୍ଯ୍ୟର କଥା ହେଉଛି ଲୋକେ ବିଲ୍‌ ପଇଠ କରିବାକୁ ରାଜି ଥିବା ବେଳେ ବିଦ୍ୟୁତ କର୍ମଚାରୀମାନେ ଟଙ୍କା ନେବାକୁ ଆସୁ ନାହାନ୍ତି ବୋଲି କହିଛନ୍ତି ଉପଭୋକ୍ତାମାନେ ।

ବିଶେଷ କରି ରାତି ସମୟରେ ପାଲାମାନେ ଡିବିରି ବତୀ ଜାଳି ପାଠ ପଠୁଥୁବା ବେଳେ ଲାଇନ ନଥିବାରୁ ବିଭିନ୍ନ ହିଂସ୍ରଜନ୍ତୁର ଭୟ ଘାରିଛି ହରିଜନସାହି ଲୋକଙ୍କୁ । ତେଣୁ ତୁରନ୍ତ ସାହି ବାସିନ୍ଦାଙ୍କୁ ବିଦ୍ୟୁତ ସଂଯୋଗ ଦେବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.