ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ୨୮୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ,ରାୟଗଡ଼ା ଜିଲ୍ଲାରୁ ସର୍ବାଧିକ ୪୮୭ ଜଣ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଶ୍ବସ୍ତିକର ଖବର ଦେଲା ସ୍ବାସ୍ଥ ବିଭାଗ।  ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ୨୮୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି  ଏହି ସୂଚନା ଦେଇଛି। ଏହି ସୁସ୍ଥଙ୍କ ମଧ୍ୟରେ  ରାୟଗଡ଼ା ଜିଲ୍ଲାରୁ ଆଜି ସର୍ବାଧିକ ୪୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୪୧୦, ଗଂଜାମରୁ ୨୧୭, କଟକରୁ ୧୮୯, ବଲାଙ୍ଗୀରରୁ ୧୭୩, କୋରାପୁଟରୁ ୧୫୧, ମୟୂରଭଂଜରୁ ୧୪୪, ନୟାଗଡ଼ରୁ ୧୩୮, ପୁରୀରୁ ୧୩୪, ବାଲେଶ୍ୱରରୁ ୧୨୩ ଓ ସମ୍ବଲପୁରରୁ ୧୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ମୟୂରଭଞ୍ଜ ଜିଲ୍ଲାରୁ ୮୧ ଜଣ, ସୁନ୍ଦରଗଡ଼ରୁ ୭୮ ଜଣ, ନବରଂଗପୁରରୁ ୫୬ ଜଣ, ଝାରସୁଗୁଡ଼ାରୁ ୫୫ ଜଣ, ଭଦ୍ରକରୁ ୫୨ ଜଣ, ବରଗଡ଼ରୁ ୫୧ ଜଣ, ଜଗତସିଂହପୁରରୁ ୩୫ ଜଣ, ଢେଙ୍କାନାଳରୁ ୩୪ ଜଣ, କଳାହାଣ୍ଡିରୁ ୩୩ ଜଣ, ଗଜପତିରୁ ୩୦ ଜଣ, କେନ୍ଦୁଝରରୁ ୨୯ ଜଣ, କନ୍ଧମାଳରୁ ୨୧ ଜଣ, ସୁବର୍ଣ୍ଣପୁରରୁ ୧୫ ଜଣ, କେନ୍ଦ୍ରାପଡ଼ାରୁ ୧୪ ଜଣ, ବୌଦ୍ଧରୁ ୧୦ ଜଣ, ଅନୁଗୁଳରୁ ୫, ଯାଜପୁରରୁ ୫  ଜଣ ଓ ଦେବଗଡରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ  ଜରିଆରେ ସୂଚନା ଦେଇଛି ସ୍ବାସ୍ଥ ବିଭାଗ। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ୭୧୪ରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.