Below header

ଯାଜପୁର: ବନ୍ୟାରେ ୧୨ ଘଣ୍ଟା ଧରି ଗଛରେ ଆଶ୍ରୟ ନେଇଥିବା ଯୁବକ ଉଦ୍ଧାର

ଯାଜପୁର(କେନ୍ୟୁଜ୍): ବନ୍ୟାରେ ଭାସିଯାଇ ଗଛରେ ୧୨ ଘଣ୍ଟା ଧରି ଆଶ୍ରୟ ନେଇଥିବା ଯୁବକକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ କର୍ମଚାରୀ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଖଣ୍ଡାସ ଅଞ୍ଚଳରେ । ଖଣ୍ଡାସ ନିକଟରେ ଗତକାଲି ସକାଳେ ବ୍ରାହ୍ମଣୀ ନଦୀରେ ଘାଇ ହେବା ଫଳରେ ସ୍ଥାନୀୟ ଅଞ୍ଚଳର ଚନ୍ଦନ ବେହେରା ନାମକ ଯୁବକ ଏକ କୋଠା ଘର ଛାତରେ ଆଶ୍ରୟ ନେଇଥିଲା ପରେ ସେ ଘରକୁ ଆସୁଥିବା ବେଳେ ପାଣି ସ୍ରୋତରେ ଭାସି ଯାଇ ଏକ ଗଛରେ ଲାଗି ଯାଇଥିଲେ।

ସେଠାରେ ରହି ଉଦ୍ଧାର ପାଇଁ ଚିତ୍କାର କରିଥିଲା । ତେବେ ରାତିରେ ଲୋକେ ତାର ଚିତ୍କାର ଶୁଣିବା ପରେ ପ୍ରଶାସନକୁ ଖବର ଜଣାଇଥିଲେ । ପରେ ରସୁଲପୁର ଦମକଳ ବାହିନୀର କର୍ମଚାରୀମାନେ ସେଠାରେ ପହଁଚି ଯୁବକକୁ ଉଧାର କରିଥିଲେ । ରାତି ୯ଟା ଠାରୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଏହି ଅପରେସନ ଆରମ୍ଭ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.