ଭୁବନେଶ୍ୱରରେ ଆଜି କରୋନା ରେକର୍ଡ, ସର୍ବାଧିକ ୫୦୫ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ରାଜଧାନୀ ଭୁବନେଶ୍ୱରରୁ ୫୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ବିଏମସି ତରଫରୁ  ଟ୍ବିଟ କରି ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୪୫ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଆଜି ଆଉ ଅଞ୍ଚଳ ନାମ ନଲେଖି କେଉଁ ୱାର୍ଡରୁ କେତେ ଆକ୍ଟିଭ କେସ ରହିଛି  ଓ କେବେ ସୁସ୍ଥ  ହୋଇଛନ୍ତି ତାହାର ବିବରଣୀ  ଦେଇଛି ।


ବିଏମ୍‌ସିର ସୂଚନା ଅନୁସାରେ ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ୯୫୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୫୭୬୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କିନ୍ତୁ ୩୬୯୩ ଜଣ ସକ୍ରିୟ ଆକ୍ରନ୍ତଙ୍କ ଚିକିତ୍ସାଧୀନ ଥିବା ବେଳେ ୪୦ ଜଣଙ୍କର ମୃତ୍ୟୁ ହୋଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.