କଟକ ସହରରୁ ୧୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ,ଲୋକାଲ  କେସ୍ ୭୬

କଟକ(କେନ୍ୟୁଜ୍): କଟକ ସହରରୁ ୧୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟାଇନରୁ ୧୨୦ ଜଣ ଓ ଲୋକାଲ  କେସ୍ ୭୬ ରହିଛି  ବୋଲି ସିଏମସି ଟ୍ବିଟ କରି ସୂଚନା ଦେଇଛି।

ସିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସରକାରୀ କ୍ବାରେଣ୍ଟାଇନରୁ ଆଜି ମୋଟ ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୨ ଜଣ ଅଛନ୍ତି କୋଭିଡ  ଯୋଦ୍ଧା।  ଆଜି ସରକାରୀ କ୍ବାରେଣ୍ଟାଇନରୁ ୩୦ ଜଣ ପୁରୁଷ ଓ ୧୭ ଜଣ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ହୋମ କ୍ବାରେଣ୍ଟାଇନରୁ ୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣ ଯୋଗୁଁ ୭୬ ଜଣ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.