Below header

ଯାଜପୁର : ରସୁଲପୁର ରାହାମ୍ବା ଅଞ୍ଚଳରୁ ଚିହ୍ନଟ ହେଲେ ଆଉ ଦୁଇଜଣ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୫୫

ଯାଜପୁର ଟାଉନ୍ (କେ ନ୍ୟୁଜ୍‌) : ଯାଜପୁରରୁ ଆଉ ଦୁଇଜଣ କୋରନା ଆକ୍ରାନ୍ତ ଚିହ୍ନଟ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୫୫ରେ। ଏହା ସହିତ ରାଜ୍ୟ ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୦କୁ ବୃଦ୍ଧି ପାଇଛି। ନୂତନ ଆକ୍ରାନ୍ତ  ୬୫ ବର୍ଷୀୟ ପୁରୁଷ ଓ ୫୭ ବର୍ଷ ପୁରୁଷ । ସେମାନେ କୋଲକାତା ଫେରନ୍ତା ହୋଇଥିବା ବେଳେ ସରକାରୀ କ୍ୱାରେଣ୍ଟାଇନରେ ରହିଛନ୍ତି । ଏ ନେଇ ରାଜ୍ୟ ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଜିଲ୍ଲାର ପ୍ରଥମ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବା ବେଳେ ୫୩ଜଣ ବିଭିନ୍ନ କୋଭିଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ନୂତନ ଚିହ୍ନଟ ଦୁଇଜଣ ଯାଜପୁର ରସୁଲପୁର ଅଞ୍ଚଳର ରାହାମ୍ବା ପଂଚୟତର ବୋଲି ପ୍ରଶାସନ ସୂଚନା ଦେଇଛି ।

JAJPUR CONTAINMENT

ରସୁଲପୁର ବ୍ଲକରେ ବଢିଲା କଣ୍ଟେନମେଣ୍ଟ ଅଞ୍ଚଳ

ଯାଜପୁର ରସୁଲପୁର ବ୍ଲକ୍‌ର ନଠୁଆବର, ଓଡିଶୋ ଏବଂ ବଡ଼ କଇଁଚି ପଂଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ଜିଲ୍ଲା ପ୍ରଶାସନ। ନଠୁଆବର ପଂଚାୟତର ୫ଟି ଗାଁ, ଓଡ଼ିଶୋର ୩ଟି ଏବଂ ବଡ଼ କଇଁଚିର ୫ଟି ଗାଁରେ ଲାଗୁ ହେବ କଣ୍ଟେନମେଣ୍ଟ କଟକଣା। କଟକଣା ଆସନ୍ତା ୧୯ତାରିଖ ପର‌୍ୟ୍ୟନ୍ତ ଲାଗୁ ରହିବ। ଏହି ଅଞ୍ଚଳ ପାଇଁ ୩ ଜଣ ନୋଡାଲ ଅଧିକାରୀ ନିଯୁକ୍ତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.