କରୋନା ଟେଷ୍ଟିଂକୁ ନେଇ ସରକାରଙ୍କ ନୂଆ ଷ୍ଟ୍ରାଟେଜି: ଆଜିଠୁ ରାଜ୍ୟର ଘରେ ଘରେ ବୁଲି ସର୍ଭେ କରୁଛନ୍ତି ଆଶା ଦିଦି ଓ ANM କର୍ମୀ

ଭୁବନେଶ୍ବର: କରୋନା ଟେଷ୍ଟିଂକୁ ନେଇ ସରକାରଙ୍କ ନୂଆ ଷ୍ଟ୍ରାଟେଜି । ଆଜିଠୁ ରାଜ୍ୟର ଘରେ ଘରେ ଆରମ୍ଭ ହୋଇଛି ସର୍ଭେ। ସବୁ ଗାଁ ଓ ସହରର ବସ୍ତିର ଘରକୁ ଯାଉଛନ୍ତି ଆଶା ଦିଦି ଓ ANM କର୍ମୀ । ଯାହାର ବି କୋଭିଡ୍‌ ଲକ୍ଷଣ ଦେଖାଯିବ ତାର ପରୀକ୍ଷା କରାଯିବ । ଏହି ଅଭିଯାନ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି ଅଭିଯାନ ଆରମ୍ଭ ହୋଇଛି ।

ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି, ଆଇସିଏମ୍‌ଆର ଗାଇଡ୍‌ଲାଇନ ମୁତାବକ ଯେଉଁମାନଙ୍କ ଲକ୍ଷଣ ଦେଖାଯିବ କିମ୍ବା ଯେଉଁମାନେ ପଜିଟିଭ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବେ ସେମାନଙ୍କର ଟେଷ୍ଟିଂ ହେବ । ବର୍ତ୍ତମାନ ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ୨ ଲକ୍ଷ ପାର କରିଛି । ରାଜ୍ୟରେ ପ୍ରଥମ ୫୦ ହଜାର ଟେଷ୍ଟିଂ ପାଇଁ ୮ ସପ୍ତାହ ଲାଗିଥିଲା । ବର୍ତ୍ତମାନ ପ୍ରତି ୨ ସପ୍ତାହରେ ୫୦ ହଜାର ଟେଷ୍ଟିଂ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.