ପପ ଅପ୍‌ ସେଲ୍ଫି କ୍ୟାମେରା ସହିତ ଭାରତୀୟ ବଜାରକୁ ଆସିଲା Moto One Fusion+ , ଜାଣନ୍ତୁ କ’ଣ ରହିଛି ଦାମ୍‌

ପପ ଅପ ସେଲ୍ଫି କ୍ୟାମେରା ସହ ମୋଟୋ ଲଞ୍ଚ କରିଛି Moto One Fusion + ସ୍ମାର୍ଟଫୋନ। ଗତ ସପ୍ତାହରେ କମ୍ପାନୀ ଏହାକୁ ୟୁରୋପରେ ଲଞ୍ଚ କରିଥିଲା। ଯାହାକୁ ଏବେ ଭାରତରେ ଲଞ୍ଚ କରାଯାଇଛି। ଏହି ଫୋନରେ ୫ ହଜାର ଏମଏଏଚ ବ୍ୟାଟେରୀ କ୍ଷମତା ସହିତ ଦମଦାର ପ୍ରୋସେସର ସପୋର୍ଟ ମଧ୍ୟ ମିଳିଛି। ଏହି ଫୋନର ଦାମ ଭାରତରେ ୨୫ ହାରୁ ଆରମ୍ଭ କରି ୩୧ ହାଜର ପର୍ଯ୍ୟନ୍ତ ରହିଛି। ଆଜି ଦିନ ୧୨ଟାରୁ ଏହାକୁ କମ୍ପାନୀର ଅଫିସିଆଲ େଓ୍ଵବସାଇଟରେ ଲଞ୍ଚ କରାଯିବ।

12

କମ୍ପାନୀଏହି ଫୋନରେ 6.5 ଇଞ୍ଚ ଫୁଲ ଏଚଡି ଡିସପ୍ଲେ ପ୍ରଦାନ କରିଛି। ଆଉ ମଧ୍ୟ ଏହି ଫୋନରେ ଗ୍ରାହକଙ୍କୁ IPS LCD ସମେତ 1080p + ରିଜୋଲୁସନ ଓ HDR10 ସୁବିଧା ମିଳିପାରିବ । ଫୋନର ସେଲ୍ଫି କ୍ୟାମେରା ଦୃଷ୍ଟିରୁ ଦେଖିଲେ ଏଥିରେ ୧୬ MP ସେନ୍ସର କ୍ୟାମେରା ଥିବା ସହ ଦରକାର ସମୟରେ ଏହାକୁ ବଢାଯାଇ ପାରିବ । ଆଉ ଫୋନର ପଛ ପଟରେ ସୁରକ୍ଷା ଦୃଷ୍ଟିରୁ ଏଥିରେ ଏକ ଫିଙ୍ଗର ପ୍ରିଣ୍ଟ ରିଡ଼ର ସୁବିଧା ମଧ୍ୟ ଦିଆଯାଇଛି ।

phone

ମୋଟୋ କମ୍ପାନୀ ଦ୍ୱାରା ଲଞ୍ଚ ହୋଇଥିବା ଏହି ଫୋନ ଡ଼ିଜାଇନ Moto One Hyper ସହ ପାଖାପାଖି ସମାନ ରହିଛି । କିନ୍ତୁ ଏଥିରେ ୟୁଜର ମାନଙ୍କୁ ୩୨ MP ପପ -ଅପ ସେଲ୍ଫି କ୍ୟାମେରା ସୁବିଧା ବି ମିଳିପାରିବ । ବ୍ୟାକରେ ଥିବା ଫୋନର ମେନ କ୍ୟାମେରାରେ ୬୪MP ସେନ୍ସର ସୁବିଧା ଦିଆଯାଇଛି । ଏହା ସହ ଏହି ସେଟରେ 8 MP ଅଲଟ୍ରାୱାଇଡ – ଆଙ୍ଗଲ, ୫ MPର ମାକ୍ରୋ କ୍ୟାମ ସହ 2 MPର ଡେ଼ପଥ ସେନ୍ସର ସୁବିଧା ବି ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.